fbpx

(Video) ଭାସି ଯାଉଥିଲେ ଛାତ୍ର: ଜୀବନକୁ ପାଣି ଛଡ଼ାଇ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ(ଓଡ଼ିଶା ଭାସ୍କର): ବର୍ଷା ପାଣିରେ ଭାସି ଯାଉଥିବା ବେଳେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ମୃତ୍ୟୁ ମୁହଁରୁ ସେ ଛାତ୍ରକୁ ଫେରାଇ ଆଣିଛନ୍ତି । ଜମର ଜଳଶ୍ରୋତରୁ ଦେବଦୂତ ସାଜି ଜଣେ ଛାତ୍ରଙ୍କୁ ସେ ଉଦ୍ଧାର କରିଛନ୍ତି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳ ଠେଙ୍ଗାଧାର ଅଞ୍ଚଳରେ ଦେଖିବାକୁ ମିଳିଛି ।

ତେବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି ରହିଛି । ଜଳବନ୍ଦୀ ହୋଇ ରହିଛି ଅନେକ ଅଞ୍ଚଳ । ରାସ୍ତାରେ ସୁଅ ଭଳି ପାଣି ଛୁଟୁଛି । ଆଉ ସେହି ସମୟରେ ଜଣେ ଛାତ୍ର ଟ୍ୟୁସନ ସାରି ଘରକୁ ଫେରିଥିବା ବେଳେ ପାଣିରେ ସାଇକେଲ ବର୍ଷା ସୁଅରେ ଭାସିଯାଇଥିଲେ ।

ପାଣିରେ ଭାସିବା ପରେ ଏକ ସ୍ଥାନରେ ନିଜକୁ ଅଟକାଇ ରଖିଥିଲେ ଛାତ୍ର ଜଣକ । ଗାଁ ଲୋକେ ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀ ପାଣିରେ ଲମ୍ଫ ମାରି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଯାହାକୁ ନେଇ ସେ ଆଜି ବଞ୍ଚିଯାଇଛନ୍ତି ବୋଲି ଛାତ୍ର ଜଣକ କହିଛନ୍ତି । ଛାତ୍ର ଜଣକ ହେଉଛନ୍ତି ବେଲଗୁଣ୍ଠା ସହରର ସନ୍ତୋଷ ପାତ୍ରଙ୍କ ପୁଅ ପ୍ରବୀଣ । ସେ ଅଗ୍ନିଶମ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.