fbpx

ଶିକ୍ଷକଙ୍କୁ ମାଡ ମାରିବା ସହିତ ମୁଣ୍ଡରେ ଡଷ୍ଟବିନ ରଖିଲେ ଛାତ୍ର: ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ଦେଲା ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଳୀ: ଗୁରୁଶିଷ୍ୟ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ । ତେବେ ଏହି ସମ୍ପର୍କରେ କଳଙ୍କ ଲଗାଇଛନ୍ତି କିଛି ଛାତ୍ର । ୪-୫ ଜଣ ଛାତ୍ର ନିଜ ଶିକ୍ଷକଙ୍କୁ ମାଡ ମାରିବା ସହିତ ମୁଣ୍ଡରେ ଡଷ୍ଟବିନ ରଖୁଥିବା ବେଳେ ଏହାର ଭିଡିଓ ବେଶ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ମଧ୍ୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । କର୍ଣ୍ଣାଟକର ଦାବାନାଗରେ ଜିଲ୍ଲାରେ ଏହି ଘଟଣା ଘଟିଛି ।

ଦାବାନାଗରେ ଜିଲ୍ଲାର ନାଲ୍ଲୁରର ଏକ ସରକାରୀ ସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଭାଇରାଲ ହୋଇଥିବା ଭିଡିଓରେ ଜଣେ ଛାତ୍ର ଶିକ୍ଷକଙ୍କୁ ମାଡ ମାରିବାକୁ ଉଦ୍ୟମ କରିଥିଲେ । ଏହାପରେ ଆଉ ଜଣେ ଛାତ୍ର ଡଷ୍ଟବିନଟିକୁ ଶିକ୍ଷକଙ୍କ ମୁଣ୍ଡ ଉପରେ ରଖି ଦେଇଥିଲେ । ଡିସେମ୍ବର ୩ ତାରିଖରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବି ସି ନାଗେଶ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନାଗେଶ କହିଛନ୍ତି ଆମେ ସର୍ବଦା ଶିକ୍ଷକଙ୍କ ସହିତ ଅଛୁ । ଏହି ମାମଲାରେ ସମ୍ପୃକ୍ତ ଛାତ୍ର ମାନଙ୍କୁ କଡା ଦଣ୍ଡବିଧାନ କରାଯିବ ବୋଲି ସେ କହିଛନ୍ତି । ଛାତ୍ର ମାନେ ଗୁଟଖା ଖାଇଥିବାରୁ ଏହାର ବିରୋଧ କରିଥିଲେ ଶିକ୍ଷକ । ଏହା ପରେ ଉତକ୍ଷିପ୍ତ ଛାତ୍ର ମାନେ ସାରଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ମାମଲାରେ ଶିକ୍ଷକଙ୍କ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇନାହିଁ ।

Get real time updates directly on you device, subscribe now.