ଶ୍ରେଣୀ ଗୃହରେ ଗୋଟେ ପରେ ଗୋଟେ ତଳେ ଗଡ଼ିଲେ ଛାତ୍ରଛାତ୍ରୀ, ଚାଲିଛି ଚିକିତ୍ସା

ରାଜନଗର: ସ୍କୁଲରେ ଚେତା ହରାଇଲେ ୧୦ ଛାତ୍ରଛାତ୍ରୀ । ଅସହ୍ୟ ଗୁଳୁଗୁଳି ଓ ଗରମ ପାଇଁ ପିଲା ବେହୋସ୍ ହୋଇପଡ଼ିଥିବା ସୂଚନା ।

କ୍ଲାସରେ ପାଠ ପଢ଼ା ଚାଲିଥିବାବେଳେ ଏକକାଳୀନ ୧୦ ଛାତ୍ରଛାତ୍ରୀ ବେହୋସ୍ ହୋଇଯାଥିଲେ । ଘଟଣା ରାଜନଗର ଉଚ୍ଚବିଦ୍ୟାଳୟରେ ଘଟିଥିବା ସୂଚନା ।

ଅଚେତ ହୋଇଥିବା ଛାତ୍ରଛଉାତ୍ରୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି ।

ପିଲାମାନଙ୍କୁ ଅବଜରଭେଶନରେ ରଖାଯାଇଛି ।