ଛାତ୍ରମାନେ ଟିଚରଙ୍କ ସିଟ୍ ତଳେ ରଖିଦେଲେ ବୋମା, ପରେ ରିମୋଟ ଦ୍ୱାରା କଲେ ବିସ୍ଫୋରଣ

ନୂଆଦିଲ୍ଲୀ: ହରିୟାଣାର ଏକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ୟୁଟ୍ୟୁବ ଦେଖି ବୋମା ତିଆରି ପ୍ରଣାଳି ଶିକ୍ଷିଯାଇଥିଲେ। ଏହାପରେ ସେ ଦୁଷ୍ଟାମି ପାଇଁ ଏହି ବୋମାକୁ ଟିଚରଙ୍କ ସିଟ୍ ତଳେ ଫିଟ କରିଦେଇଥିଲେ। ସେମାନେ ରିମୋଟ ସାହାଯ୍ୟରେ ବୋମାକୁ ବ୍ଲାଷ୍ଟ ମଧ୍ୟ କରିଛନ୍ତି। ଆଶ୍ୱସ୍ତିକର କଥା ହେଉଛି ଏହି ଶିକ୍ଷୟିତ୍ରୀଙ୍କର କୌଣସି କିଛି କ୍ଷତି ଘଟି ନାହିଁ ଏବଂ ବଞ୍ଚିଯାଇଛନ୍ତି। ଏହି ଘଟଣା ପରେ ଛାତ୍ରମାନଙ୍କୁ ଗୋଟିଏ ସପ୍ତାହ ପାଇଁ ବିଦ୍ୟାଳୟରୁ ନିଲମ୍ବନ କରାଯାଇଛି।

କିଛି ଛାତ୍ରମାନେ ଏହି ଶିକ୍ଷୟତ୍ରୀଙ୍କ ଠାରୁ ଗାଳି ଶୁଣିବା ପରେ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲେ। ଜଣେ ଛାତ୍ର ତାଙ୍କ ସିଟ୍ ତଳେ ବୋମା ରଖିଥିଲେ। ଏଥିସହ ଅନ୍ୟ ଛାତ୍ରଜଣକ ରିମୋର୍ଟ ଦ୍ୱାରା ଏହାକୁ ସକ୍ରିୟ କରିଥିଲେ। ଏହାପରେ ବୋମାଟି ଫାଟିଥିଲା। ଛାତ୍ରମାନେ ବୋମା ତିଆରି କରିବାର ପ୍ରଣାଳି ୟୁଟ୍ୟୁବରୁ ଶିକ୍ଷିଥିଲେ ଏବଂ ଏହାକୁ ରିମୋଟ କଣ୍ଟ୍ରୋଲ ଦ୍ୱାରା ଅପରେଟ କରିଥିଲେ।

ହିସାର ଜିଲ୍ଲାର ଶିକ୍ଷା ବିଭାଗ ଏହି ଭୟଙ୍କର ଦୁଷ୍ଟାମୀ ପାଇଁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତ ୧୩ଜଣ ଛାତ୍ରଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। ଏହାପରେ ଶିକ୍ଷା ବିଭାଗର ଅଧିକାରୀ ସ୍କୁଲ ପହଞ୍ଚି ଏହି ଘଟଣାକୁ ଗମ୍ଭୀରତା ସହ ଯାଞ୍ଚ ଆରମ୍ଭ କରିଥିଲେ। ଶିକ୍ଷା ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣା ପରେ ବି ଏହା ଚର୍ଚ୍ଚା ହୋଇଥିଲା ଯେ, ଏହି ଛାତ୍ରମାନଙ୍କୁ ସ୍କୁଲରୁ ବାହାର କରାଯାଇଛି। ହେଲେ ସେମାନଙ୍କ ବାପା ମାଆ ଭୁଲ ମାଗି, ଲିଖିତ ଭାବେ କହିଛନ୍ତି ଯେ, ଭବିଷ୍ୟତରେ ସେମାନେ ଏଭଳି କାର୍ଯ୍ୟ କରିବେ ନାହିଁ।