fbpx

ଛାତରୁ ଡେଇଁ ପଡି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପରୀକ୍ଷାରେ କମ୍ ମାର୍କ ଥିବାରୁ ଏଭଳି ପଦକ୍ଷେପ

Advertisement

ଭୁବନେଶ୍ୱର: ପରୀକ୍ଷାରେ କମ୍ ମାର୍କ ରହିଥିିବାରୁ ଜଣେ ଛାତ୍ରୀ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଛାତରୁ ଡେଇଁପଡି ଜୀବନ ହାରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାଗତ ଅବସ୍ଥା ନେଇ ବିଶେଷ କିଛି ସୂଚନା ମିଳିପାରି ନାହିଁ । ନୀଳିଗିରି ସିମୁଳିଆ ଗାଁ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ, ଆଜି +୨ ରେଜଲ୍ଟ ବାହାରିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା ସେତିକି ଭୟବୀତ ମଧ୍ୟ ଥିଲେ । ଭଲ ରେଜଲ୍ଟ ଥିବା ପିଲାମାନେ ଖୁସୀ ବ୍ୟକ୍ତ କରିଥିବାବେେଳେ ଯେଉଁମାନଙ୍କ ରେଜଲ୍ଟ ଖରାପ ଆସିଥିଲା ସେମାନେ ଅବସାଦକୁ ଚାଲି ଯାଇଥିଲେ । ଯାହାର ପରିଣାମ ଏଭଳି କିଛି ଦେଖିବାକୁ ମିଳିଛି । ପରୀକ୍ଷାରେ କମ୍ ମାର୍କ ଥିବାରୁ ଛାତ୍ରୀ ଜଣଙ୍କ ସହ୍ୟ କରିପାରିନଥିଲେ । ନିଜର ଉପସ୍ଥିତ ବୁଦ୍ଧି ହରାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଯେଉଁପାଇଁ ଛାତରୁ ହେଇଁ ପଡିଥିଲେ ।

Get real time updates directly on you device, subscribe now.