BREAKING: ସୁଭଦ୍ରାକୁ ନେଇ ଆସିଲା ବଡ UPDATE : ପୁନଃସାମିଲ ହେଲେ ୮ ହଜାର ହିତାଧିକାରୀ, ତୁରନ୍ତ ସାରନ୍ତୁ ଏହି କାମ…

ନାମ ଯୋଡ଼ିବା ପାଇଁ OPT IN ହେଲା ଉପଲବ୍ଧ । ଖୁବଶୀଘ୍ର ୪ର୍ଥ ପର୍ଯ୍ୟାୟ ପ୍ରତମ କିସ୍ତି ‘ସୁଭଦ୍ରା’ ଟଙ୍କା ପ୍ରଦାନ କରାଯିବ ।

ଭୁବନେଶ୍ୱର: ସୁଭଦ୍ରାରେ ପୁନଃସାମିଲ ହେଲେଣି ୮ ହଜାରରୁ ଅଧିକ ଆବେଦନକାରୀ । ଭୁଲରେ ଅପଟ୍ ଆଉଟ୍ ହୋଇଥିବା ଆବେଦନକାରୀ ପୁନଃସାମିଲ । ଏବେ ବି ୨ ଲକ୍ଷରୁ ଅଧିକ ଆବେଦନକାରୀ ଇ-କେୱାଇସି କରିନାହାନ୍ତି ।

ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଅର୍ଥ ପାଇବାରେ ଅସୁବିଧା ହେବ । ତେଣୁ ନିକଟ ଜନସେବା କେନ୍ଦ୍ରରେ ତୁରନ୍ତ ଇ-କେୱାଇସି କରିବାକୁ ସରକାରଙ୍କ ପରାମର୍ଶ । ଖୁବଶୀଘ୍ର ୪ର୍ଥ ପର୍ଯ୍ୟାୟ ପ୍ରତମ କିସ୍ତି ‘ସୁଭଦ୍ରା’ ଟଙ୍କା ପ୍ରଦାନ କରାଯିବ ।

ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT IN) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।

ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁ ମାନେ ଭୁଲରେ ନାମ ବାଦ (OPT IN) ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ୟ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ।

ହେଲେ ଏବେ ବି ଦୁଇ ଲକ୍ଷ ରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି (e-KYC) କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା