20 ବର୍ଷ ବୟସରେ ପିନ୍ଧିଲେ ବର୍ଦ୍ଦି , ଆଜି ହୋଇଗଲେ ଦିଲ୍ଲୀ ପୋଲିସର ସିଂହ

ବାପାଙ୍କ ବିରୁଦ୍ଧରେ ଯାଇ ପୋଲିସରେ ଯୋଗ ଦେଇଥିଲେ । ଆଉ ଆଜି ସେ ଦିଲ୍ଲୀ ପୋଲିସର CCTV ଏକ୍ସପର୍ଟ

ନୂଆଦିଲ୍ଲୀ: ବିକାଶ କୁମାର, ଯେ କି ବାପାଙ୍କ ବିରୁଦ୍ଧରେ ଯାଇ ପୋଲିସରେ ଯୋଗ ଦେଇଥିଲେ ଏବଂ 20 ବର୍ଷ ବୟସରେ ପିନ୍ଧିଥିଲେ ବର୍ଦ୍ଦି। ଆଜି ଦିଲ୍ଲୀ ପୋଲିସରେ ଵନିଯାଇଛନ୍ତି ସେ CCTV ଏକ୍ସପର୍ଟ।

ଲୋକମାନଙ୍କର ନିଜସ୍ୱ ପସନ୍ଦ ଥାଏ। ସେମାନେ ପିଲାଦିନରୁ ହିଁ ଭବିଷ୍ୟତରେ କଣ କରିବେ ସେବିଷୟରେ ସ୍ୱପ୍ନ ଦେଖିଥାନ୍ତି। କିଏ ପୋଲିସରେ ଯିବା ପାଇଁ ଇଚ୍ଛୁକ ଥାଆନ୍ତି ତ କିଏ ଡାକ୍ତର ହେବାପାଇଁ। ପିଲାମାନଙ୍କ ସ୍ୱପ୍ନ ପୂରଣ ପାଇଁ ବାପା ମା ମାନେ ସବୁବେଳେ ସେମାନଙ୍କୁ ଉତ୍ସାହିତ କରିବା ଦରକାର।

କିନ୍ତୁ ଦିଲ୍ଲୀର ଶାହଦରା ଟ୍ରାଫିକ୍ ପୋଲିସ ଇନ୍ସପେକ୍ଟର ବିକାଶ କୁମାରଙ୍କ କାହାଣୀ କିଛି ଭିନ୍ନ। ତାଙ୍କ ବାପା ଈଶ୍ୱର ସିଂହ ଦିଲ୍ଲୀ ପୋଲିସରେ ଜଣେ ହେଡ୍ କନଷ୍ଟେବଳ ଥିଲେ ଏବଂ ଅବସର ନେବା ସମୟ ହୋଇଯାଇଥିଲା। ସେ ଜାଣିଥିଲେ ଏହି ବିଭାଗରେ କଣ କରିବାକୁ ପଡେ କଣ ନାହିଁ, ଏହା କେତେ ଭଲ ଏବଂ କେତେ ଖରାପ। ସେଥିପାଇଁ ସେ ତାଙ୍କ ପୁଅକୁ ପୋଲିସ ବିଭାଗରେ ପୁରେଇବାକୁ ଚାଁହୁନଥିଲେ।

ଯେହେତୁ ବାପାଙ୍କ ଅବସର ସମୟ ହୋଇଯାଇଥିଲା ପୁଅ ପରିବାରର ଦାୟିତ୍ୱକୁ ବିଚାରକୁ ନେଇ ବାପାଙ୍କ ଇଛା ବିରୁଦ୍ଧରେ ଯାଇ ଦିଲ୍ଲୀ ପୋଲିସ ପାଇଁ ଲିଖିତ ପରୀକ୍ଷା ଦେଇଥିଲେ। ଏହା ପରେ ତାଙ୍କର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ହୋଇଥିଲା, ଯେପରିକି ଫିଜିକାଲ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ। ଏଥିରେ ସେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ତଥାପି ବି ମଧ୍ୟ ସେ ତାଙ୍କ ବାପାଙ୍କୁ ଏ ବିଷୟରେ ଜଣାଇନଥିଲେ। ପରେ ତାଙ୍କ ଭଉଣୀ ଯେତେବେଳେ ଏହି କଥା ବାପାଙ୍କୁ ଜଣାଇଥିଲେ ତାଙ୍କ ବାପା କିଛି ନକହି ଚୁପ ରହିଥିଲେ ଏବଂ ପୁଅକୁ ଉତ୍ସାହିତ କରିଥିଲେ।

ବିକାଶ କୁମାରଙ୍କ ପୋଲିସ ହେବାର ଯାତ୍ରା ଏହିଠାରୁ ଆରମ୍ଭ ହୋଇଥିଲା। ସେ 2001 ମସିହାରେ ଜଣେ ହେଡ୍ କନଷ୍ଟେବଳ ହୋଇଥିଲେ, ମାତ୍ର 20 ବର୍ଷ ବୟସରେ ସେ ଆଜି ବନି ଯାଇଛନ୍ତି CCTV ଏକ୍ସପର୍ଟ।
ଯୁବପିଢ଼ିଙ୍କ ପାଇଁ ବାର୍ତ୍ତା

ଯୁବକମାନଙ୍କୁ ଏକ ବାର୍ତ୍ତା ଦେଇ ସେ କୁହନ୍ତି, “ଯଦି ତୁମେ ପୋଲିସ ବିଭାଗରେ ଯୋଗ ଦେବାକୁ ଚାହୁଁଛ, ତେବେ ବୁଝିବା ଉଚିତ ଯେ , ଏହି ୟୁନିଫର୍ମ କେବଳ ଏକ ସାଧାରଣ କପଡ଼ା ନୁହେଁ, ବରଂ ଗର୍ବ ଏବଂ ଦାୟିତ୍ୱର ପ୍ରତୀକ। ଯେବେ ତମେ ଏହା ବୁଝିଯିବ ସେତେବେଳେ ହିଁ ତୁମେ ଏହି ବିଭାଗରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିବ।”