fbpx

ପତି-ପତ୍ନୀ ସଂପର୍କକୁ ବିଗାଡିଦିଏ ସଂପର୍କୀୟଙ୍କ ଏପରି କଥା, ସତର୍କ ରୁହନ୍ତୁ

ଓଡ଼ିଶା ଭାସ୍କର: ଏକ ଭଲ ସଂପର୍କର ବିଶେଷତ୍ୱ ଏଥିରେ ଥିବା ସକରାତ୍ମକତା ହିଁ ହୋଇଥାଏ ଯାହା କେବଳ ଆପଣଙ୍କୁ ଆଗକୁ ଯିବାରେ ସହାୟକ ହୋଇ ନ ଥାଏ ବରଂ ଆପଣଙ୍କୁ ଖୁସୀ ବି ରଖିଥାଏ । ବହୁ ସମୟରେ ଆମ ସଂପର୍କୀୟ ଅର୍ଥାତ୍ ବନ୍ଧୁ ବାନ୍ଧବ ସାଙ୍ଗସାଥି ଆମକୁ ଏପରି ପରାମର୍ଶ ଦେଇଥାନ୍ତି ଯାହା ଆମ ସଂପର୍କକୁ ଖରାପ କରି ଦେଇଥାଏ ।

କିଛି ସଂପର୍କୀୟ ସଂପର୍କ ନଷ୍ଟ ହୋଇଯିବା ଭଳି ପରାମର୍ଶ ଦେଇଥାନ୍ତି ଯାହା ଆପଣଙ୍କୁ ଗମ୍ଭୀର ସମସ୍ୟାରେ ପକାଇପାରେ କିମ୍ବା ଆପଣଙ୍କ ସ୍ୱାମୀଙ୍କ ସହ ସଂପର୍କ ବିଗାଡି ଦେଇପାରେ । ଯେତେବେଳେ ଆପଣଙ୍କ ସଂପର୍କୀୟମାନେ ଜାଣି ପାରନ୍ତି କି ଆପଣଙ୍କ (ପତି-ପତ୍ନ) ମଧ୍ୟରେ ସାମାନ୍ୟ ବି ମନୋମାଳିନ୍ୟ ସୃଷ୍ଟି ହୋଇଛି ସେତେବେଳେ ସେମାନେ ନାନାଦି ପରାମର୍ଶ ଦେବା ଆରମ୍ଭ କରି ଦେଇଥାନ୍ତି । ବହୁ ସମୟରେ ସେମାନେ ଏପରି ପରାମର୍ଶ ଦେଇଥାନ୍ତି ଯାହା ସଂପର୍କକୁ ମଜଭୁତ କରିବା ପରିବର୍ତ୍ତେ ପୁରା ତୁଟିଯିବା ଅବସ୍ଥାକୁ ନେଇ ଯାଇଥାଏ । ତେଣୁ ଆପଣ ଯଦି ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ ସଂପର୍କୀୟଙ୍କ ଏପରି କଥାକୁ ଶୁଣନ୍ତୁ ନାହିଁ ।

ପ୍ରେଗନାନ୍ସୀ ପ୍ଲାନ୍‌: ଯେତେବେଳେ ସଂପର୍କୀୟ ଆପଣଙ୍କ ସଂପର୍କ ବିଗିଡିଯାଇଥିବା କଥା ଶୁଣନ୍ତି ସେତେବେଳେ ସେମାନେ ପ୍ରେଗନାନ୍ସୀ ପ୍ଲାନ୍ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସନ୍ତାନ ଜନ୍ମ ଦେବାର ନିର୍ଣ୍ଣୟ ଆପଣ ଦୁଇଜଣଙ୍କ ହେବା ଉଚିତ ଆପଣଙ୍କ ସଂପର୍କୀୟଙ୍କର ନୁହେଁ ।
ଘର କାମ ପୁରୁଷଙ୍କ ପାଇଁ ନୁହେଁ: ମହିଳାମାନେ ପ୍ରାୟତଃ ସବୁ ଘର କାମ କରିଥାନ୍ତି କିନ୍ତୁ ଯଦି କେବେ କୌଣସି ଛୋଟ ଛୋଟ କାମରେ ପତିଙ୍କୁ ସାହାଯ୍ୟ କରିବାକୁ କୁହନ୍ତି ତାହା ପୁଣି ସଂପର୍କୀୟଙ୍କ ସାମ୍ନାରେ ତେବେ ସେ ନିଶ୍ଚୟ ସମସ୍ତଙ୍କ ସାମ୍ନାରେ ଆପଣଙ୍କୁ ପରାମର୍ଶ ଦେବେ କି ଘର କାମ ପୁରୁଷଙ୍କ ପାଇଁ ନୁହେଁ । ଏହି କଥା ସମସ୍ତଙ୍କ ଆଗରେ ପ୍ରକାଶ ପାଇବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କୁ ଖରାପ ଲାଗିପାରେ । ତେଣୁ ଏହା ପରସ୍ପର ମଧ୍ୟରେ ହିଁ ଆଲୋଚନା ହେବା ଉଚିତ ।
ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ: ଆପଣଙ୍କ ମଧ୍ୟରେ ଅସନ୍ତୋଷ ବିଷୟରେ ଜଣାପଡିବା ମାତ୍ରକେ ବହୁ ସଂପର୍କୀୟ ଆପଣଙ୍କ ପାଖକୁ ଆସି ଆପଣଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥାନ୍ତି ଯାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇଦିଏ । ତେଣୁ ସଂପର୍କକୁ ବଜାୟ ରଖିିବା ଲାଗି ଛୋଟ ଛୋଟ କଥାକୁ ଆଦୌ ଗୁରୁତ୍ୱ ନ ଦେବା ଭଲ ।

Get real time updates directly on you device, subscribe now.