ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଓ ପୁରୁଷ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଦୁହିଁଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଏହି ମାମଲାରେ ଯାଞ୍ଚ ଚଳାଇଛି । ଏନେଇ ଜାତୀୟ ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ଉକ୍ତ ଅଞ୍ଚଳରୁ ଏବେ ଘେରାବନ୍ଦୀ କରିଛି ପୋଲିସ୍ ।
କୁହାଯାଉଛି ଯେ, ସେମାନେ ଗେଟ୍ ନମ୍ବର ଡି ପଟରୁ ପଶିବାକୁ ଚେଷ୍ଟା କରୁଥିଲେ । ହେଲେ ସୁରକ୍ଷାକର୍ମୀ ମାନେ ତାଙ୍କୁ ରୋକିଦେଇଥିଲେ । ଏହାପରେ ସେମାନେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।
Delhi | A woman, man allegedly set themselves on fire in front of Supreme Court gate number D. Area has been cordoned off. Injured persons have been taken to the Ram Manohar Lohia hospital. pic.twitter.com/sSYIuZA4EC
— ANI (@ANI) August 16, 2021