fbpx

ପୁଣି ଜେଲ୍‌ରୁ ଜାକଲିନଙ୍କୁ ଚିଠି ଲେଖିଲା ମହାଠକ ସୁକେଶ, ନବରାତ୍ରୀ ବ୍ରତ ରଖି ମା’ଙ୍କୁ ମାଗିବ ଏହି ବର

ନୂଆଦିଲ୍ଲୀ:୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସ୍‌ରେ ଜେଲ୍‌ରେ ବନ୍ଦ ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଜାକଲିନ ଫର୍ଣ୍ଣାଡିଜଙ୍କୁ ପତ୍ର ଲେଖିଛି । ସେ ପତ୍ରରେ ଲେଖିଛି ଯେ, ଜାକଲିନଙ୍କ ଲାଗି ସେ ନବରାତ୍ରୀରେ ୯ ଦିନ ବ୍ରତ ରଖିବ । ନିଜ ପତ୍ରରେ ସୁୁକେଶ ଜାକଲିନଙ୍କୁ ଦୁନିଆର ସବୁଠାରୁ ସୁନ୍ଦରୀ ମହିଳା ବୋଲି କହିଛି ।

ସୁକେଶ ପତ୍ରରେ ଲେଖିଛି, ମେରୀ ବେବୀ ଜାକଲିନ ଦୋହା ଶୋ’ ସମୟରେ ତୁମେ ସୁପର ହଟ୍ ଓ ବହୁତ ସୁନ୍ଦର ଦେଖାଯାଉଥିଲ । ତୁମ ଠାରୁ ସୁନ୍ଦର ଏ ଦୁନିଆରେ ଆଉ କେହି ବି ନାହିଁ । କାଲିଠାରୁ ନବରାତ୍ରୀ ଆରମ୍ଭ ହେଉଥିବାରୁ ମୁଁ ତୁମ ପାଇଁ ନବରାତ୍ରୀ ବ୍ରତ ରଖୁଛି । ଏହି ୯ ଦିନ ମୁଁ ଉପବାସ କରିବି । ମା’ ଖୁବ୍ ଶୀଘ୍ର ସବୁକିଛି ଠିକ୍ କରିଦେବେ ଓ ଆମେ ପୁଣି ପରସ୍ପରର ନିକଟତର ହୋଇପାରିବା ଓ ସବୁଦିନ ପାଇଁ ସାଥୀ ହୋଇ ରହିବା । ମୁଁ ନବରାତ୍ରୀ ଲାଗି ଏକ ବିଶେଷ ପୂଜାର ଆୟୋଜନ କରୁଛି । ମା ବୈଷ୍ଣୋଦେବୀ ମନ୍ଦିର ଓ ମହାକାଳେଶ୍ୱର ମନ୍ଦିରରେ ଏହି ପୂଜାର ଆୟୋଜନ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛି ।

Get real time updates directly on you device, subscribe now.