fbpx

ବିଏମସି ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିତ ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।

ସୂଚନା ମୁତାବିକ, ନୂଆ ମେୟର ଓ କର୍ପୋରେଟରମାନଙ୍କୁ ସ୍ୱାଗତ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଏମ୍‌ସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ । ବିଏମ୍‌ସିର ଦୁଇ ଅତିରିକ୍ତ କମିଶନର ଓ ସମସ୍ତ ଡେପୁଟି କମିଶନରମାନେ ବି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ଶପଥ ନେବା ପରେ ନୂଆ ମେୟର ତାଙ୍କ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହା ପରେ ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଡେପୁଟି ମେୟର ନିର୍ବାଚନ ଅଧିକାରୀ ଭାବେ ଜି.ମାଥିଭାଥନାନ୍‌ ଏହାକୁ ପରିଚାଳନା କରିବେ । ୧୦ଟାରୁ ୧୧ଟା ଯାଏ ନାମାଙ୍କନ ଦାଖଲ ପାଇଁ ସମୟ ଦିଆଯାଇଛି । ୧୧ଟାରୁ ୧୨ଟା ଯାଏ ଘଣ୍ଟାଏ ଭିତରେ ନାମାଙ୍କନ ପ୍ରତ୍ୟାହାର କରି ହେବ । ଏହା ପରେ ନିର୍ବାଚନ ଆରମ୍ଭ ହେବ । କିନ୍ତୁ ଯଦି କେବଳ ଜଣେ ପ୍ରାର୍ଥୀ ନାମାଙ୍କନ କରିବେ ତା ହେଲେ ନିର୍ବାଚନ ହେବନି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ଡେପୁଟି ମେୟର ପ୍ରାର୍ଥୀ ।

Get real time updates directly on you device, subscribe now.