fbpx

ଅଲିମ୍ପିକ୍ସ ପଦାର୍ପଣ କରିବେ ସୁମିତ ନାଗଲ; ଓହରିଲେ ୟୁକି ଭାମ୍ବ୍ରି

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ସିଙ୍ଗଲ୍ସ ଖେଳାଳି ଭାବରେ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ସୁମିତ ନାଗଲ ଆସନ୍ତା ଟୋକିଓ ୨୦୨୧ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ସହିତ ନାଟକୀୟ ଢଙ୍ଗରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି ନାଗଲ । ବିଶ୍ୱ ମାନ୍ୟତାର ୧୪୪ ନମ୍ବର ସ୍ଥାନରେ ରହିଥିବା ନାଗଲ ପ୍ରଥମରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ । ତେବେ ୟୁକି ଭାମ୍ବ୍ରି ଓହରି ଯିବାରୁ ବଦଳ ଖେଳାଳି ଭାବରେ ସୁମିତ ନାଗଲଙ୍କୁ ଦଳରେ ସାମିଲ କରାଯାଇଥିଲା ।

ଅନ୍ୟପକ୍ଷରେ ଦ୍ୱିଜ ଶରଣ ଓହରିବା ପରେ ରୋହନ ବୋପାନ୍ନାଙ୍କ ଡବଲ୍ସ ପାର୍ଟନର ଭାବରେ ଖେଳିବାକୁ ଯାଉଛନ୍ତି ସୁମିତ ନାଗଲ । ଜୁନ ୧୪ ତାରିଖରେ ର୍ୟାଙ୍କିଂ ତାଲିକା ପ୍ରକାଶ ପାଇଥିଲା । ବିଶ୍ୱ ମାନ୍ୟତାର ୧୩୦ ମଧ୍ୟରେ ରହିଥିବା ଖେଳାଳିଙ୍କୁ ଅଲିମ୍ପିକ୍ସରେ ସାମିଲ କରାଯିବାକୁ ଥିବା ବେଳେ ୧୨୭ ନମ୍ବର ସ୍ଥାନରେ ରହିଥିବା ୟୁକି ଭାମ୍ବ୍ରି ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ । ତେବେ ଆଣଣ୍ଠୁ ଅପରେସନ କାରଣରୁ ଭାମ୍ବ୍ରି ଓହରି ଯିବା ସହିତ ନାଗଲ ଯୋଗ୍ୟତା ଅର୍ଜନ କରିଥିଲେ ।

Get real time updates directly on you device, subscribe now.