fbpx

ଦୁଷ୍କର୍ମକାରୀକୁ ୫ ବର୍ଷ ପରେ ଧରିଲା ପୋଲିସ, ଭୁବନେଶ୍ୱରରେ ଲୁଚିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଷ୍କର୍ମ ମାମଲାରେ ରାଜକନିକା ପୋଲିସକୁ ମିଳିଛି ବଡ଼ ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନ୍ତ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ୨୦୧୬ ମସିହା ମାର୍ଚ୍ଚ ୪ ତାରିଖରେ ହୋଇଥିବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର ଗାଁର ୨୨ ବର୍ଷୀୟ ମନସ୍ୱନୀଙ୍କୁ ୨୦୧୬ ମସିହାରେ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ପ୍ରଶାନ୍ତ ନାୟକ । ଦୁଷ୍କର୍ମ ପରେ ଅଭିଯୁକ୍ତ ପ୍ରଶାନ୍ତ ଗାଁ ଛାଡି ଫେରାର ହୋଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ପରେ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ରହୁଛି । ଖବର ପାଇବା ମାତ୍ରେ ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକ ନିଜ ଟିମକୁ ଧରି ଅଭିଯୁକ୍ତକୁ ଗିରଫ କରିଥିଲେ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ନେଇ ଆଜି ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଏକ ପ୍ରେସମିଟରେ କହିଛନ୍ତି ।

Get real time updates directly on you device, subscribe now.