Breaking: ଚଳିତ ବର୍ଷ ଆଗୁଆ ହେବ ଖରାଛୁଟି, ୨ ଦିନରେ ନିଆଯିବ ସ୍କୁଲ ଛୁଟି ନେଇ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଆଯିବ ନିଷ୍ପତ୍ତି । ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଆଗୁଆ ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବନରେ ଉଲ୍ଲେଖ କରାଯାଇଛି ।

ଖରାକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ । ତାପମାତ୍ରା ବୃଦ୍ଧି ପାଇବା କାରଣରୁ ବିଭିନ୍ନ ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା କରିଛି ଛୁଟି ନେଇ ଆଲୋଚନା କରାଯାଇଛି ।

 

ଖରା ବଡ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ । ଛୁଆଙ୍କ ଖାଦ୍ୟ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ ।

ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିର୍ଦ୍ଦେଶନାମା ଜାରି କରାଯିବ । ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ଆଲୋଚନା କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।