ଫେରିଲେ ମହାକାଶ ପରୀ ସୁନୀତା, ସେ ଖୁବଶୀଘ୍ର ଭାରତ ଫେରିବେ କହିଲେ ସମ୍ପର୍କୀୟ
ଭୋର 3ଟା 27ରେ ପୃଥିବୀରେ ଅବତରଣ କଲେ ସୁନୀତା ଓ୍ବିଲିୟମ୍ସ ।
ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା ହାତେଇଛି ଆମେରିକା । 9 ମାସ ପରେ ଆଜି ସୁନୀତା ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତୀୟ ସମୟ ଭୋର 3ଟା 27 ସମୟରେ ସେ ଅବତରଣ କରିଛି । ତେବେ ଏନେଇ ସୁନୀତାଙ୍କ ପରିବାର ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ପରିବାର ପକ୍ଷରୁ ଆଜି କୁହାଯାଇଛି ଯେ, ଆମେ ବହୁତ ଖୁସି । ମହାକାଶରେ ଅପ୍ରତ୍ୟାଶିତ ନଅ ମାସ ରହିବା ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଛନ୍ତି ।
ଫାଲଗୁନି ପାଣ୍ଡ୍ୟା ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ, ସେହି ମୁହୂର୍ତ୍ତଟି ଅବାସ୍ତବ ଥିଲା ଯେତେବେଳେ ସୁନୀତି ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କୁ ନେଇ ଆଜି ସକାଳେ ଫ୍ଲୋରିଡା ଉପକୂଳରେ ଲ୍ୟାଣ୍ଡିଂ କରିଥିଲେ ।
ଫାଲଗୁନି ଏହା ମଧ୍ୟ କହିଛନ୍ତି, ସୁନୀତା ଖୁବଶୀଘ୍ର ଭାରତ ଫେରିବେ । ଆମେ ଏକାଠି ଛୁଟି କାଟିବାକୁ ମଧ୍ୟ ଯୋଜନା କରୁଛୁ । ପରିବାର ସହିତ ବହୁତ ସମୟ ବିତାଇବାକୁ ଯାଉଛୁ ବୋଲି ସେ କହିଛନ୍ତି ।
NASA ମହାକାଶଚାରୀ 286 ଦିନ ମହାକାଶରେ ରହିବା ପରେ ଘରକୁ ଫେରିବା ବିଷୟରେ କହିଛନ୍ତି । ତେବେ ସୁନୀତା ପୁଣିଥରେ ମଙ୍ଗଳ ଗ୍ରହ କିମ୍ବା ମହାକାଶକୁ ଯିବେ କି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ଏହା ତାଙ୍କର ପସନ୍ଦ ହେବ । 59 ବର୍ଷୀୟ ମହାକାଶଚାରୀ ପ୍ରତ୍ୟେକ ପରିସ୍ଥିତିର “ସର୍ବୋତ୍ତମ” କାର୍ଯ୍ୟ କରନ୍ତି ବୋଲି ସେ କହିଛନ୍ତି ।