fbpx

ରାସ୍ତାରେ ଟଳମଳ ହେଲେ ସନ୍ନି ଦେଓଲ,ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ଦିର୍ଘ ଦିନର ଅନ୍ତରାଳ ପରେ ‘ଗଦର-୨’ ମାଧ୍ୟମରେ ସନ୍ନି ଦେଓଲଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା । ଅନିଲ ଶର୍ମାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ନର୍ଦ୍ଦେଶିତ ‘ଗଦର-୨’କୁ ଲୋକମାନେ ବେଶ ପସନ୍ଦ କରିଥିଲେ । ରିପେର୍ଟ ଅନୁଯାୟୀ ଏହା ସନ୍ନି ଦେଓଲଙ୍କ ବର୍ତ୍ତମାନର ସର୍ବାଧିକ ଆୟ କରିଥିବା ଫିଲ୍ମ ଅଟେ । ଏହି ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ।

ନିକଟରେ ସନ୍ନି ଦେଓଲଙ୍କୁ ମୁମ୍ବାଇ ରାସ୍ତାରେ ନିଶାଶକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ଠିକ୍ରେ ଚାଲି ପାରୁ ନଥିଲେ । ତାଙ୍କ ସନ୍ତୁଳନ ବିଗିଡ଼ିଯାଇଥିଲା । ତାଙ୍କୁ ଟଳମଳ ଅବସ୍ଥାରେ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ତାଙ୍କୁ ଜଣେ ଅଟୋ ଚାଳକ ସମ୍ଭାଳିବା ସହ ନିଜ ଅଟୋରେ ବସାଇଥିଲେ । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କାଶିନାଥ ୨.୦ ନାମକ ଜଣେ ‘ଏକ୍ସ’ ବ୍ୟବହାରକାରୀ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି । କହିରଖୁଛୁ ବାସ୍ତବରେ ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ନାହାନ୍ତି ବରଂ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଏହା ଏକ ଦୃଶ୍ୟ ଅଟେ । ସନ୍ନିଙ୍କ ଆଗମୀ ଚଳଚ୍ଚିତ୍ର ‘ସଫର’ର ସୁଟିଂ ମୁମ୍ବାଇରେ ହେଉଛି । ଏହି ଦୃଶ୍ୟ ଦେଖି ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି ।

 

 

Get real time updates directly on you device, subscribe now.