fbpx

ସାବଧାନ୍! ତାଣ୍ଡବ କରୁଛି ବାତ୍ୟା ‘ବିପର୍ଯ୍ୟୟ’ ; ନେଲାଣି ୨୫ ଜଣଙ୍କ ଜୀବନ, ଆଉ ୬ ଘଣ୍ଟାରେ ନେବ ଅତି ଭୀଷଣ ରୂପ

ଭୁବନେଶ୍ୱର : ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଳୟ ରୂପ ଧାରଣ କରିଛି । ପାକିସ୍ତାର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରହିଛି ବାତ୍ୟା ବିପର୍ଯ୍ୟୟ । ଏବେ ଠାରୁ କ୍ଷୟକ୍ଷତି ଘଟାଇବା ଆରମ୍ଭ କଲାଣି ବାତ୍ୟା ବିପର୍ଯ୍ୟୟ । ବାତ୍ୟା ପ୍ରଭାବରେ ପାକିସ୍ତାନରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୫ ଜଣ ଆହତ ହୋଇଥିବା ଜଣାପଡିଛି । ସୁପର ସାଇକ୍ଲୋନ୍ ବିପର୍ଯ୍ୟୟ ପ୍ରଭାବରେ ୬୯ ଘର ଭାଙ୍ଗି ଯାଇଛି ।

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରୁଛି ବାତ୍ୟା ‘ବିପର୍ଯ୍ୟୟ’ । ମୁମ୍ବାଇ ଠାରୁ ୬୦୦ କିମି ଦୂରରେ ରହିଛି । ସେହିପରି ପୋର ବନ୍ଦର ଠାରୁ ୫୩୦ କିମି ଓ କରାଚୀ ଠାରୁ ୮୩୦ କିମି ଦୂରରେ ରହିଛି । ବାତ୍ୟା ବିପର୍ଯ୍ୟୟ ଅତି ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଛିମ ଦିଗକୁ ଗତି କରୁଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣର ନେବ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

Get real time updates directly on you device, subscribe now.