EPFକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ବିଳମ୍ବ ହେଲେ ସମସ୍ତ ଅର୍ଥ ଦେବ କମ୍ପାନୀ, ଲାଭ ପାଇବେ ୬ କୋଟି ଲୋକ

ନୂଆଦିଲ୍ଲୀ: ଇପିଏଫ୍ ଆକାଉଣ୍ଟ ଧାରକଙ୍କ ପାଇଁ ଖୁସି ଖବର । ଏଣିକି ଆକାଉଣ୍ଟରେ ଅର୍ଥ ଜମାରେ ବିଳମ୍ବ ହେଲେ କମ୍ପାନୀ ଏହାର କ୍ଷତିପୂରଣ ପ୍ରଦାନ କରିବ । ଯଦି କୌଣସି କମ୍ପାନୀ ପକ୍ଷରୁ ଆକାଉଣ୍ଟଧାରକଙ୍କ ଖାତାରେ ଅର୍ଥ ଜମା କରାଯାଉନାହିଁ ତାହେଲେ ଏହାର ସମସ୍ତ ଅର୍ଥ କମ୍ପାନୀକୁ ବହନ କରିବାକୁ ପଡିବ । ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ସମାନ ନିଷ୍ପତ୍ତି ନେଇଥିବା ବେଳେ ସର୍ବୋଚ୍ଚ କୋର୍ଟ ଏହାକୁ ବଳବତ୍ତର ରଖିଛନ୍ତି । ଇପିଏଫରେ ଉଭୟ କର୍ମଚାରୀ ଏବଂ କମ୍ପାନୀର ସମାନ ଅଂଶୀଦାର ରହିଥାଏ । ମାତ୍ର ଯଦି କମ୍ପାନୀ ପକ୍ଷରୁ ଇପିଏଫ୍ ରାଶି ଜମା କରିବାରେ ବିଳମ୍ବ ହେଉଛି ତେବେ ଉଭୟ ଅଂଶୀଦାରଙ୍କ ରାଶି କମ୍ପାନୀ ଜମା କରିବ ।

ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୬ କୋଟି କର୍ମଚାରୀ ଏଥିରୁ ଲାଭ ପାଇବେ । ଯଦି କୌଣସି କର୍ମଚାରୀଙ୍କ ଖାତାରେ ଇପିଏଫ୍ ଟଙ୍କା ଜମା କରାଯାଇନଥାଏ ତା ହେଲେ ସେ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ । ଏହା ସହିତ ଉଭୟ ରିଟାୟରମେଣ୍ଟ ଫଣ୍ଡ ଏବଂ ଇପିଏଫ୍ ପାଇଁ ଏହି ନିୟମ ଲାଗୁ କରାଯିବ ।