ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ନିଜ କର୍ମଚାରୀମାନଙ୍କ ପାଇଁ ଲାଗୁ କଲେ ସଂରକ୍ଷଣ ନୀତି

ସୁପ୍ରିମକୋର୍ଟ ନିଜ କର୍ମଚାରୀମାନଙ୍କ ପାଇଁ ନୂଆ ନୀତି ଲାଗୁ କରିଛନ୍ତି..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତି କାଟାଗୋରୀ ପାଇଁ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦୋନ୍ନତିରେ ସଂରକ୍ଷଣ ନୀତିକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିଛନ୍ତି।

ଏହି ନିଷ୍ପତ୍ତି ଜୁନ ୨୪ ତାରିଖରେ ସୁପ୍ରିମକୋର୍ଟର ସମସ୍ତ କର୍ମଚାରୀଙ୍କୁ ଜାରି କରାଯାଇଥିବା ଏକ ସର୍କୁଲାରରେ ଅବଗତ କରାଯାଇଛି।

ସୁପ୍ରିମକୋର୍ଟରେ ପଥ୍ରମ ଥର SC-ST ରିଜର୍ଭେସନ ନୀତି ଲାଗୁ: ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ସୁପ୍ରିମକୋର୍ଟରେ କର୍ମଚାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦୋନ୍ନତିରେ ୧୫ ପ୍ରତିଶତ ପଦବୀ ଏସସି ବର୍ଗ ପାଇଁ ଏବଂ ୭.୫ ପ୍ରତିଶତ ଏସଟି ବର୍ଗ ପାଇଁ ସଂରକ୍ଷିତ ରହିବ।

ଏହି ବ୍ୟବସ୍ଥା ୨୩ ଜୁନ୍ ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସଂରକ୍ଷଣ ବିଚାରପତିଙ୍କ ପାଇଁ ନୁହେଁ କିନ୍ତୁ ଏହି ନୀତି ରେଜିଷ୍ଟ୍ରାର, ବରିଷ୍ଠ ବ୍ୟକ୍ତିଗତ ସହାୟକ, ସହାୟକ ଲାଇବ୍ରେରିଆନ୍, ଜୁନିଅର କୋର୍ଟ ଆସିଷ୍ଟାଣ୍ଟ ଏବଂ ଚାମ୍ବର ଆଟେଣ୍ଡାଣ୍ଟଙ୍କ ଭଳି ଅନେକ ପଦବୀ ପାଇଁ ପ୍ରଯୁଜ୍ୟ ହେବ।

CJI Gavai ନେଲେ ଏକ ଐତିହାସିକ ନିଷ୍ପତ୍ତି: CJI ଗଭାଇ କହିଛନ୍ତି ଯେ, ସମସ୍ତ ସରକାରୀ ପ୍ରତିଷ୍ଠାନ ଏବଂ ଅନେକ ହାଇକୋର୍ଟରେ ପୂର୍ବରୁ SC ଏବଂ ST ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି, ତେଣୁ ସୁପ୍ରିମକୋର୍ଟକୁ ଏଥିରୁ କାହିଁକି ଦୂରରେ ରଖାଯିବ? ଆମେ ଅନେକ ଐତିହାସିକ ନିଷ୍ପତ୍ତିରେ ସକାରାତ୍ମକ କାର୍ଯ୍ୟକୁ ସମର୍ଥନ କରିଛୁ ଏବଂ ଏକ ପ୍ରତିଷ୍ଠାନ ଭାବରେ ଆମେ ଏଠାରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଉଚିତ।