fbpx

ସରକାରଙ୍କ ଆଲୋଚନା ସମ୍ପର୍କିତ ଖବର ପ୍ରସାରଣ ଦେଶ ବିରୋଧୀ ନୁହେଁ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଗତ ୧୫ଦିନ ହେବ ଅଭିବ୍ୟକ୍ତିରସ୍ୱାଧୀନତା (ବାକ୍ ସ୍ୱାଧୀନତା) ଉପରେ ଚର୍ଚ୍ଚା ଲାଗିରହିଛି । ପ୍ରକାଶ ଯେ ସୁପ୍ରିମ୍କୋର୍ଟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେଇଥିବା ଜଣାଯାଇଛି । ପ୍ରଥମ ମାମଲା ହେଟ୍ ସ୍ପିଚ୍ ଉପରେ ଜଡ଼ିତ ଓ କେରଳର ଏକ ନ୍ୟୁଜ୍ ଚାନେଲ୍ ବ୍ୟାନ୍ ସମ୍ପର୍କିତ ମାମଲା । ନ୍ୟୁଜ୍ ଚାନେଲ ବ୍ୟାନକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଗଣମାଧ୍ୟମ ସଂସ୍ଥାର କଭରେଜରେ ସରକାରଙ୍କ ଆଲୋଚନା କରାଯାଇଥାଏ ତାହାକୁ ଦେଶ ବିରୋଧୀ କୁହାଯିବ ନାହିଁ ।

ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇବା ଅଧିକାର ଉପରେ ଟିପ୍ପଣୀ କରି ସୁପ୍ରିମକୋର୍ଟ ଦେଶ ବିରୋଧୀ ଭଳି ଶବ୍ଦ ବ୍ୟବହାର କରିବା ଉପରେ ବି ଶକ୍ତ ଟିପ୍ପଣୀ ରଖିଛନ୍ତି । ତାଜା ମାମଲାଟ କେରଳର ନ୍ୟୁଜ୍ ଚାନେଲ୍ ୱାନ୍ ସହ ଜଡ଼ିତ । ଏହି ମାଲାୟଲମୀ ନ୍ୟୁଜ୍ ଚାନେଲ୍ ଉପରେ ବ୍ୟାନ୍ ଲଗାଯାଇଥିଲା । ସୁପ୍ରିମକୋର୍ଟ ଏହି ବ୍ୟାନ୍ ହଟାଇ ଦେଇଛନ୍ତି । ଏହି ବ୍ୟାନ୍ ହଟାଇବା ଗଣମାଧ୍ୟମର ସ୍ୱତନ୍ତ୍ରତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି ।

ଏପରିକି ସୁପ୍ରିମକୋର୍ଟ କହିଛନ୍ତି କି ସରକାରଙ୍କ ଆଲୋଚନା ସମ୍ପର୍କିତ ଖବର ପ୍ରସାରଣ କରିବା କିମ୍ବା ସରକାରଙ୍କୁ ସମାଲୋଚନା କରିବା ଦେଶବିରୋଧୀ ନୁହେଁ । ଏଭଳି କ୍ରିଟିକାଲ୍ କଭରେଜ୍କୁ ଦେଶର ସୁରକ୍ଷା ଦୃଷ୍ଟିରୁ ବିପଦ କହି କୌଣସି ଗଣମାଧ୍ୟମ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ । ଏହା ମଧ୍ୟ କୁହାଯାଇଛି ଯେ ଏହି ଉପାୟରେ କୌଣସି ମିଡିଆ ଚ୍ୟାନେଲର ସୁରକ୍ଷା କ୍ଲିୟରାନ୍ସ ବନ୍ଦ ହୋଇପାରିବ ନାହିଁ । ମିଡିଆ ନିଜର ମତ ପ୍ରକାଶ କରିବାକୁ ସ୍ୱାଧୀନ ଅଟେ । ଦେଶର ସୁରକ୍ଷା ନାଁରେ ମତ ସ୍ୱାଧୀନତାକୁ ବନ୍ଦ କରିବା ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇବ ।

Get real time updates directly on you device, subscribe now.