fbpx
BJD SKY
BJD SKY

କୋଟିଆ ମାମଲାରେ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

BJD

ନୂଆଦିଲ୍ଲୀ,୧୨ ।୨: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଆଜି ଶୁଣାଣି ହୋଇଛି । ଓଡିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡିଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯ ବା ଶୁକ୍ରବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ ଗଞ୍ଜାମ, କୋରାପୁଟ ଓ ଗଜପତିରେ ନିର୍ବାଚନ କରିବାକୁ ଆନ୍ଧ୍ର ପ୍ରୟାସ କରୁଛି । ୫୮ ଗାଁରେ ଆନ୍ଧ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରୟାସ କରୁଛି । ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଥିଲା ଓଡିଶା । ଓଡିଶାର ଆବେଦନକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ମାମଲାର ଜରୁରୀ ଶୁଣାଣି ପାଇଁ ରାଜ୍ୟ ସରକାର ଆବେଦନ କରିଥିଲେ । ସୀମା ବିବାଦ ନେଇ ୧୯୬୮ ଓ ୨୦୦୬ରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ ।

Get real time updates directly on you device, subscribe now.