fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା; ଅନ୍ତରୀଣ ଜାମିନ ବଢାଇବା ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ର୍ରିିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଝଟକା । ଜଷ୍ଟିସ ଏ ଏସ ଓକଙ୍କ ଅଧ୍ୟକ୍ଷତା ବେଞ୍ଚ କେଜ୍ର୍ରିିୱାଲଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାର ଅବେଦନକୁ ତୁରନ୍ତ ଶୁଣାଣି ପାଇଁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏତିକି ନୁହେଁ ବେଞ୍ଚ ବିଳମ୍ବ ଆବେଦନ କରିବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଜଷ୍ଟିସ ଏ ଏସ ଓକଙ୍କ ବେଞ୍ଚ କହିଛନ୍ତି ଯେ, ୧୭ ମେ ରେ ମୁଖ୍ୟ ମାମଲାରେ ଆଦେଶକୁ ସୁରକ୍ଷିତ ରଖାଯାଇଛି । ସେହି ବେଞ୍ଚର ଜଣେ ସଦସ୍ୟ ବିଚାରପତି ଗତ ସପ୍ତାହରେ ଅବକାଶକାଳୀନ ବେଞ୍ଚରେ ଥିଲେ । ଆପଣ ସେତେବେଳେ କାହିଁକି ଆବେଦନ କରିଲେ ନାହିଁ । ଅବକାଶକାଳୀନ ବେଞ୍ଚ କେଜ୍ର୍ରିିୱାଲଙ୍କ ଓକିଲ ଅଭିଶେକ ମନୁ ସିଂଘୱିଙ୍କୁ କହିଛନ୍ତି ଯେ, ସେ ଚିଫ ଜଷ୍ଟିସଙ୍କୁ ଶୁଣାଣିର ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.