fbpx

EVMରେ ଦଳୀୟ ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ଫଟୋ ସ୍ଥାନିତ ଆବେଦନକୁ ସୁପ୍ରିମକୋର୍ଟଙ୍କ ନା’

ନୂଆଦିଲ୍ଲୀ: ନିର୍ବାଚନରେ ବାଲାଟ ପେପର ଓ ଇଭିଏମରେ ଦଳର ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ଫଟୋ, ବ୍ୟକ୍ତିଗତ ବିବରଣୀ ଓ ଶିକ୍ଷାଗତ ଯୋଗ୍ୟତା ରଖିବା ଦାବି ଉପରେ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଖାରଜ କରିଦେଇଛନ୍ତି କୋର୍ଟ । ଉକ୍ତ ଆବେଦନକାରୀ କୋର୍ଟ ନିକଟରେ ଦର୍ଶାଇଥିଲେ ଯେ ପ୍ରାର୍ଥୀଙ୍କୁ ପରିଚିତ କରିବା ଅନିବାର୍ଯ୍ୟ କରାଯାଉ । ଏହାଦ୍ୱାରା ବିଶ୍ୱସ୍ତ ଲୋକଙ୍କୁ ଦଳ ଟିକେଟ୍ ଦେବା ପାଇଁ ବାଧ୍ୟ ହେବ । ଯଦ୍ୱାରା କି ଲୋକେ ଉପଯୁକ୍ତ ଲୋକଙ୍କୁ ନିର୍ବାଚିତ କରିବେ ଓ ରାଜନୀତିରେ ଅପରାଧୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇପାରିବ ।

ଇଭିଏମରେ ଦଳୀୟ ଚିହ୍ନର ବ୍ୟବହାର ଅବୈଧ ତଥା ଅସାମ୍ବିଧାନିକ ଓ ଏହା ଭାରତର ସମ୍ବିଧାନ ଧାରା ୧୪ ଓ ୨୧ର ବିରୋଧାଭାଷ । ଆବେଦନଟି ଆଡଭୋକେଟ୍ ଅଶ୍ୱିନୀ ଉପାଧ୍ୟାୟଙ୍କ ସଂଗଠନ ପକ୍ଷରୁ ଦାୟର କରାଯାଇଥିଲା । ଆବେଦନ ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ୟୁ ୟୁ ଲଳିତ ଓ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଶୁଣାଣି କରି କହିଥିଲେ ଯେ ଆବେଦନ କରାଯାଇଥିବା ମାମଲାଟି ବାସ୍ତବିକ ଚିନ୍ତାଜନକ । କିନ୍ତୁ ଆବେଦନକାରୀଙ୍କ ଯୁକ୍ତି ଉପରେ ଖଣ୍ଡପୀଠ ସହମତି ଜଣାଇନଥିଲେ ।

ସେ କହିଥିଲେ ଯେ ଇଭିଏମରେ ଭୋଟିଂ ଦେବା ହେଉଛି ଶେଷ ପ୍ରୋସେସ୍ । ତା’ ପୂର୍ବରୁ ମତଦାତାଜଣକ ନିର୍ଣ୍ଣୟ କରିନେଇଥାଏ କାହାକୁ ଭୋଟ୍ ଦେବ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର ଏକ ପରିଚୟ ରହିଥାଏ । ମତଦାତାଙ୍କ ପାଇଁ ଦଳୀୟ ଚିହ୍ନକୁ ଚିହ୍ନିତ କରିବା ଅତି ସହଜ ହୋଇଥାଏ । ଯଦି ଦଳୀୟ ଚିହ୍ନକୁ ଇଭିଏମରେ ନଲଗାଯିବ ତେବେ ପ୍ରାର୍ଥୀ ନିଜ ରାଜନୈତିକ ଦଳକୁ କିପରି ପରିପ୍ରକାଶ କରିବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.