ଆସୋସିଏଟ ପ୍ରଫେସର ଅଲୀ ଖାନଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ, ଯାଞ୍ଚ କରିବେ ୩ IPS ଅଧିକାରୀ
ଆସୋସିଏଟ ପ୍ରଫେସର ଅଲୀ ଖାନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ବିବାଦୀୟ ଟିପ୍ପଣୀ କରିବା ମାମଲାରେ ଗିରଫ ହୋଇଥିବା ଅଶୋକା ୟୁନିଭର୍ସିଟୀର ଆସିସିଏଟ ଅଲୀ ଖାନ ମହମୁଦାବାଦଙ୍କୁ ସୁପ୍ରିମକୋର୍ଟ ବୁଧବାର ଅନ୍ତରୀଣ ଜାମିନ ଦେଇଛନ୍ତି ।
ସୁପ୍ରିମକୋର୍ଟ ଏହି ମାମଲାରେ ହରିୟାଣା ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି । ନିଷ୍ପତ୍ତି ଶୁଣାଣି କରି ସୁପ୍ରିମକୋର୍ଟ ଆସୋସିଏଟ ପ୍ରଫେସର ଅଲୀ ଖାନ ମହମୁଦାବାଦଙ୍କ ଉପରେ କୌଣସି ସର୍ତ୍ତ ମଧ୍ୟ ଲାଗିନାହିଁ । ଆସନ୍ତୁ ଜାଣିବା କୋର୍ଟ ଶୁଣାଣି ସମୟରେ କଣ କହିଲେ ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ବିଶ୍ୱାସ ଅଛି ଯେ; ଇଏ ବହୁତ ଶିକ୍ଷିତ । ଆପଣ ଅନ୍ୟକୁ କ୍ଷତି ନ ପହଞ୍ଚାଇ, ସରଳ ଭାଷାରେ ନିଜ କଥା କହିପାରିଥାଆନ୍ତେ । ଏଭଳି ଶବ୍ଦ ବ୍ୟବହାର କରନ୍ତୁ, ଯାହା ସରଳ ଏବଂ ସମ୍ମାନଜନକ ହୋଇପାରେ ।
ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ ପାଇଁ ୩ ଆଇପିଏସ ଅଧିକାରୀଙ୍କ SIT ବନାଇଛନ୍ତି । ସୁପ୍ରିମକୋର୍ଟ ପ୍ରଫେସର ଅଲୀ ଖାନ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ଦେଇ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଯାଞ୍ଚ ସମୟରେ ଦୁଇଟି ପୋଷ୍ଟରୁ ସମ୍ବନ୍ଧୀୟ କୌଣସି ମଧ୍ୟ ଅନଲାଇନ ଲେଖା ବା ଭାଷଣ ଲେଖିବେ ନାହିଁ ।
ଏଥିସହ ଯୁଦ୍ଧ ସହ ସମ୍ବନ୍ଧୀୟ କୌଣସି ମଧ୍ୟ ପୋଷ୍ଟ ଲେଖିବେ ନାହିଁ । ସେ ନିଜର ପାସପୋର୍ଟ ସୋନିପଥର କୋର୍ଟରେ ସରେଣ୍ଡର କରିବେ ।