fbpx

ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣି କରିବେ ଜିଲ୍ଲା ଜଜ୍, କେସ ଟ୍ରାନ୍ସଫର କଲେ ସୁପ୍ରିମକୋର୍ଟ

ଜ୍ଞାନବ୍ୟାପୀ ମସଜିଦ୍ ବିବାଦରେ ମାମଲାକୁ ସୁପ୍ରିମକୋର୍ଟ ବାରଣାସୀର ଜିଲ୍ଲା ଅଦାଲତକୁ ଟ୍ରାନ୍ସଫର କରିଦେଇଛନ୍ତି । ଏହା ସହ କୋର୍ଟ  “ଶିବଲିଙ୍ଗ’ ମିଳିଥିବା ସ୍ଥାନକୁ ସିଲ୍ ରଖିବା, ମୁସଲିମଙ୍କୁ ସୀମିତ ସଂଖ୍ୟାରେ ନମାଜ ପଢ଼ିବାକୁ ଦେବା ଏବଂ ଅନ୍ୟ ସ୍ଥାନରେ ବଜୁ କରିବାକୁ ଅନ୍ତରୀଣ ଆଦେଶକୁ ମଧ୍ୟ ଜାରି ରଖିଛନ୍ତି । କୋର୍ଟ କହିଛନ୍ତି ଯେ ୧୭ ମେ ରେ ଲାଗୁ କରାଯାଇଥିବା ଏହି ଆଦେଶ ୮ ସପ୍ତାହ ଅର୍ଥାତ୍ ୧୭ ଜୁଲାଇ ପର୍ଯ୍ୟନ୍ତ ଲାଗୁ ରହିବ । ଏହା ପରେ ହିଁ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟେରେ ଶୁଣାଣି ହେବ ।

ସୁପ୍ରମକୋର୍ଟରେ ଶୁଣାଣି ସମୟରେ ହିନ୍ଦୁ ପକ୍ଷ କହିଥିଲେ ଯେ ଏହି ମାମଲା ୧୦୦ ବର୍ଷ ପୁରୁଣା ଏବଂ ଏହା ୧୯୯୧ ର ପ୍ଲେସେଜ ଅଫ୍ ୱର୍ସିପ୍ ଆକ୍ଟ ଅଧୀନରେ ଆସୁନାହିଁ । ଏମିତିରେ ଏହି କେସର ଶୁଣାଣି ଏବଂ ସର୍ଭେ ପାଇଁ କୋର୍ଟ କମିଶନ ଗଠନ ଉପରେ ପ୍ରଶ୍ନ ନ ଉଠାଯାଇପାରେ ।

ସେପଟେ ମୁସଲିମ ପକ୍ଷ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାର ଯାଞ୍ଚ ହେବା ଦରକାର ଯେ ସର୍ଭେ ରିପୋର୍ଟ ଲିକ୍ କିପରି ହେଲା । ଏହା ବ୍ୟତୀତ ମୁସଲିମ ପକ୍ଷଙ୍କ ଆଡଭୋକେଟ ସର୍ଭେ କମିଶନ ଗଠନକୁ ମଧ୍ୟ ଅସମ୍ବିଧାନିକ ବୋଲି କହିଛନ୍ତି । ଏହା ସହ ସେ ଜ୍ଞାନବ୍ୟାପୀ ମସଜିଦକୁ ନେଇ ଯଥାସ୍ଥିତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହା ଉପରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ ଯେ ଜିଲ୍ଲା ଜଜଙ୍କ ଫଇସଲା ଉପରେ ପଶ୍ନ ଉଠାଯାଇପାରିବ ନାହିଁ, ତାଙ୍କର ୨୫ ବର୍ଷର ଲମ୍ବା ଅନୁଭବ ରହିଛି ,ବଂ ଶୁଣାଣି କରିବାକୁ ଦେବା ଦରକାର । ଆମେ ତାଙ୍କୁ ଆଦେଶ ଦେଇପାରିବୁ ନାହିଁ ।

ଏହାରି ମଧ୍ୟରେ ଆଲାହାବାଦ ହାଇକୋର୍ଟରେ ମଧ୍ୟ ଶୁକ୍ରବାର ଶୁଣାଣି ହେବାର ଥିଲା ଯାହାକୁ ଘୁଞ୍ଚାଯାଇଛି । ବାରଣାସୀର ଅଞ୍ଜୁମନ ଇନ୍ତେଜାମିୟା ମସଜିଦ ଏବଂ ଅନ୍ୟ ଦ୍ୱାରା ଦାୟର ହୋଇଥିବା ଯାଚିକା ଉପରେ ଶୁଣାଣି ପରେ ଜଷ୍ଟିସ୍ ପ୍ରକାଶ ପାଡିୟା ଶୁଣାଣି ତାରିଖ ୬ ଜୁଲାଇକୁ ନିର୍ଦ୍ଦାରିତ କରିଛନ୍ତି । ୧୯୯୧ ରେ ବାରଣାସୀ ଜିଲ୍ଲା ଅଦାଲତରେ ଦାୟର କରାଯାଇଥିଲା, ଏଥିରେ ଯେଉଁଠାରେ ଜ୍ଞାନବ୍ୟାପୀ ମସଜିଦ ରହିଛି ସେଠାରେ ପ୍ରାଚୀନ ମନ୍ଦିର ଥିବା ନେଇ ଦାବି କରାଯାଇଥିଲ।। । ବାରଣାସୀର ଅଦାଲତ ୮ ଏପ୍ରିଲ ୨୦୨୧ ରେ ପାଞ୍ଚ ଜଣିଆ ଟିମ୍ ଗଠନ କରି ପୁରୁଣା ଜ୍ଞାନବ୍ୟାପୀ ମସଜିଦର ସଂପୂର୍ଣ୍ଣ ଭୌତିକ ସର୍ବେକ୍ଷଣ କରିବା ପାଇଁ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.