fbpx

ଜ୍ଞାନବ୍ୟାପୀ ପରିସରରେ ସର୍ଭେ କାମ ବନ୍ଦ : କଟକଣା ଲଗାଇଲେ ସୁପ୍ରିମକୋର୍ଟ

ବାରଣାସୀ : ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ କାମ ବନ୍ଦ । ଏଏସଆଇକୁ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଦୁଇ ଦିନ ପାଇଁ ଏହି କଟକଣା ଲଗାଯାଇଛି । ତେବେ ଆସନ୍ତା ୨୬ତାରିଖ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗିଛି । ସର୍ବେକ୍ଷଣ ବନ୍ଦ କରିବା ପାଇଁ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ ।

ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟରେ ହିନ୍ଦୁ ପକ୍ଷରୁ ଏଏସଆଇ ଦ୍ୱାରା ଜ୍ଞାନବ୍ୟାପୀ ମସଜିଦ୍ କମ୍ପଲେକ୍ସର ବୈଜ୍ଞାନିକ ସର୍ଭେ ପାଇଁ ଏକ ଆବାଦନ କରାଯାଇଥିଲା । ତେବେ କୋର୍ଟ ମସଜିଦ୍‌ରେ ବୈଜ୍ଞାନିକ ସର୍ଭେ ପାଇଁ ଅନୁମତି ଦେଇଥିଲେ, ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ମିର୍ମାଣ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଏହି ପ୍ରସଙ୍ଗରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମସଜିଦର ସିଲ ହୋଇଥିବା “ବାଜୁଖାନା’ ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ସର୍ଭେ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.