ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଉପରେ ସମସ୍ତଙ୍କ ନଜର । ଭାରତୀୟ ଟିମ୍ ୟୁଏଇରେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଏବେ ସମସ୍ତଙ୍କ ଆଶା ।
ଇଣ୍ଡିଆନ୍ ଟିମ୍, ବିସିସିଆଇ ସମ୍ପର୍କରେ ଆଲୋଚନା ପରେ ଏବେ ଖେଳାଳିଙ୍କ ଲୁକକୁ ନେଇ ଆସିଛି ରୋଚକ ଖବର ।
କିଛିଦିନ ପୂର୍ବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୁକ୍ ଭାଇରାଲ ହୋଇଥିଲ । ଯେଉଁଥିରେ ସେ ତାଙ୍କ ହେୟାର ଲୁକ ବଦଳାଇଥିଲେ । ଅଫ୍ ହ୍ୱାଇଟ ରଙ୍ଗର କେଶରେ ହାର୍ଦ୍ଦିକ ବେଶ୍ ହ୍ୟାଣ୍ଡସମ୍ ଦେଖାଯାଉଥିଲେ ।
ଆଉ ଏବେ ଏସିଆ କପ୍ ଭାରତୀୟ ଦଳର କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ଲୁକ୍ ସାମ୍ନାକୁ ଆସିଛି । ସୂର୍ଯ୍ୟକୁମାର ତାଙ୍କ କେଶକୁ ଗୋଲାପି କରିଦେଇଥିବା ଦେଖିବାକୁ ମିଳିଛି ।
ଯାହାକୁ ନେଇ ସୋସିଆଲ ମିଡିଆରେ ଖେଳାଳିଙ୍କୁ ସମାଲୋଚନା କରିବା ଆରମ୍ଭ କରାଯାଇଛି । ଗୋଲାପି କେଶରେ ସୂର୍ଯ୍ୟକୁମାର ଆଦୌ ଲୋକଙ୍କୁ ପସନ୍ଦ ଆସୁ ନାହାନ୍ତି । କେହି କେହି କହିଛନ୍ତି ଷ୍ଟାଇଲ ପାଇଁ ବିକୃତ ହୋଇଗଲେ ସୂର୍ଯ୍ୟକୁମାର ।
ଏ ଭିତରେ ଟିମ୍ ଇଣ୍ଡିଆ ଏସିଆ କପ୍ ପାଇଁ ୟୁଏଇରେ ପହଞ୍ଚିଛନ୍ତି । ସେଠାରେ ନିଜର ପ୍ରାକ୍ଟିସ ଖୁବ୍ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଟିମ୍ ବ୍ଲ୍ୟୁ ।