fbpx

(Video)ସୂର୍ଯ୍ୟ କୁମାର ମାରିଲେ ଏମିତି ଏକ ସଟ୍ ଯେ ଭାଙ୍ଗିଗଲା କ୍ୟାମେରା, ଭିଡିଓ ଦେଖି ଆପଣ ବି କହିବେ ୱାଃ

ଓଡ଼ିଶା ଭାସ୍କର: ସୂର୍ଯ୍ୟକୁମାର ଯାଦବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିରୁଦ୍ଧରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଏହି ମ୍ୟାଚ୍‌ରେ ବହୁ ଆକର୍ଷଣୀୟ ସଟ୍ ମାରିଥିଲେ । ଏବେ ସେ ଆଗାମୀ ମୁକାବିଲା ଲାଗି ପ୍ରସ୍ତୁତ ହେଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ସହ ରହିଛି । ଏହି ମ୍ୟାଚ୍ ରବିବାର ଖେଳାଯିବ । ସୂର୍ଯ୍ୟକୁମାର ଏହି ମ୍ୟାଚ୍ ପୂର୍ବରୁ ଜୋରଦାର ଅଭ୍ୟାସ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ସେ ଏହି ଅଭ୍ୟାସ ସମୟରେ କ୍ୟାମେରା ଭାଙ୍ଗି ଦେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ୍ସରେ ଏକ ଭିଡିଓ ସେୟାର କରାଯାଇଛି । ଏଥିରେ ସୂର୍ଯ୍ୟକୁମାର ଅଭ୍ୟାସ କରୁଥିବାର ନଜର ଆସୁଛନ୍ତି । ତେବେ ତାଙ୍କ ପ୍ରାକ୍ଟିସକୁ ରେକର୍ଡ କରିବା ପାଇଁ ଏକ କ୍ୟାମେରା ବି ରଖାଯାଇଛି । ପ୍ରାକ୍ଟିସ୍ ସମୟରେ ସେ ଏକ ଡିଫେନସିଭ୍ ସଟ୍ ଖେଳି କ୍ୟାମେରା ଭାଙ୍ଗି ଦେଉଛନ୍ତି । ଭିଡିଓକୁ ୬୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

ଏଠାରେ ସୂଚାଇ ଦିଆଯାଇପାରେ କି ସୂର୍ଯ୍ୟକୁମାର ମୁମ୍ବାଇର ଦକ୍ଷ ଖେଳାଳି ଲିଷ୍ଟରେ ସାମିଲ ଅଛନ୍ତି । ଆଇପିଏଲ୍‌ରେ ସେ ଏ ପର୍ଯ୍ୟନ୍ତ ୧୪୧ ମ୍ୟାଚ୍ ଖେଳିଛନ୍ତି ଓ ୩୩୦୧ ରନ୍ କରିଛନ୍ତି । ସୂର୍ଯ୍ୟକୁମାର ଏହି ଟୁର୍ଣ୍ଣାମେଣ୍ଟରେ ଏକ ଶତକ ଓ ୨୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୬୦ ଟି ୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ବି ଖେଳିଛନ୍ତି ଓ ୨୧୪୧ ରନ୍ କରିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ପଏଣ୍ଟ ଟେବୁଲରେ ୭ମ ସ୍ଥାନରେ ରହିଛି । ସେ ୫ ମ୍ୟାଚ୍ ଖେଳିଛନ୍ତି ଓ ୨ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ମୁମ୍ବାଇକୁ ୩ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି ।

Get real time updates directly on you device, subscribe now.