fbpx

ଦୁଲିପ ଟ୍ରଫି: ପୂର୍ବାଞ୍ଚଳ ଦଳରେ ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ

କଟକ: ଚଳିତ ଜୁନ ମାସ ୨୮ ତାରିଖରୁ ବେଙ୍ଗାଲୁରରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଦୁଲିପ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳରେ ଦଳରେ ସାମିଲ ହୋଇଛନ୍ତି ଓଡିଶାର ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ । ପୂର୍ବରୁ ପଶ୍ଚିମବଙ୍ଗର ପେସ୍ ବୋଲର ମୁକେଶ କୁମାର ପୂର୍ବାଞ୍ଚଳ ଦଳରେ ସାମିଲ ହୋଇଥିବା ବେଳେ ସୂର୍ଯ୍ୟକାନ୍ତଙ୍କୁ ଷ୍ଟାଣ୍ଡବାଇ ତାଲିକାରେ ରଖା ଯାଇଥିଲା । ମାତ୍ର ମୁକେଶ କୁମାର ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ
ଭାରତୀୟ ଦଳରେ ସ୍ଥାନ ପାଇବା ପରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ବର୍ତ୍ତମାନ ପୂର୍ବାଞ୍ଚଳ ମୁଖ୍ୟ ଦଳରେ ସ୍ଥାନୀତ କରା ଯାଇଛି ।

ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପ୍ରଣବ ପ୍ରକାଶ ଦାସ ,ଉପ -ସଭାପତି ପଙ୍କଜ ଲୋଚନ ମହାନ୍ତି ,ସମ୍ପାଦକ ସଞ୍ଜୟ ବେହେରା ଓ ଓସିଏର ଅନ୍ୟ ସମସ୍ତ କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦୁଲିପ ଟ୍ରଫିରେ ତାଙ୍କର ସଫଳତା କାମନା କରିଛନ୍ତି ।

Get real time updates directly on you device, subscribe now.