୪୪ ଖେଳାଳିଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର: ଭୁବନେଶ୍ୱର କୁମାର ବି ମାରିଲେ ଲଙ୍ଗ ଜମ୍ପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଦମଦାର ଶତକ ସୂର୍ଯ୍ୟକୁମାରଙ୍କୁ ଦେଇଛି ବଡ ସଫଳତା । ୫୫ ବଲରୁ ସେ ଖେଳିଥିବା ୧୧୭ ରନର ପାଳି ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଆଇସିସିର ତାଜା ରାଙ୍କିଙ୍ଗରେ ସେ ଏକ ଅପୂର୍ବ ସଫଳତା ପାଇଛନ୍ତି । ୪୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ସେ ଟପ-୫ରେ ନିଜ ସ୍ଥାନ ପକ୍କା କରି ନେଇଛନ୍ତି । ଆଇସିସିର ଟି-୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୪୪ ପାଦ ଉପରକୁ ଉଠିଛନ୍ତି ।

T20 World Cup 2021: Why are Suryakumar Yadav and Bhuvneshwar Kumar not playing today's India vs New Zealand match?

ଶତକ ପରେ ୭୩୨ ପଏଣ୍ଟ ସହ ୫ ନମ୍ବରରେ ପହଞ୍ଚିଛନ୍ତି ସୂର୍ଯ୍ୟକୁମାର ଯାଦବ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଏହି ତାଲିକାର ଟପ ଟେନ ମଧ୍ୟରେ ନିଜ ସ୍ଥାନ ହାସଲ କରି ପାରିନାହାନ୍ତି । ସାଥୀ ଖେଳାଳି ଇଶାନ କିଶାନ ୧୨ତମ ସ୍ଥାନରେ ରହିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୮ ଏବଂ କେ.ଏଲ ରାହୁଲ ୨୧ତମ ସ୍ଥାନରେ ରହିଛନ୍ତି । ତେବେ ପାକିସ୍ତାନର ଅଧିନାୟକ ବାବର ଆଜମ ୮୧୮ ଅଙ୍କ ସହିତ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମହମ୍ମଦ ରିଜୱାନ ଦ୍ୱିତୀୟ ଏବଂ ଏଡେନ ମାକ୍ରମ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।

ଅନ୍ୟ ପକ୍ଷରେ ଭାରତର ଷ୍ଟାର ବୋଲର ଭୁବନେଶ୍ୱର କୁମାର ମଧ୍ୟ ଇଂଲଣ୍ଡ ଟି-୨୦ ସିରିଜରୁ ଜବରଦସ୍ତ ଫାଇଦା ହାସଲ କରିଛନ୍ତି । ଏହି ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରି ୬୫୮ ଅଙ୍କ ସହିତ ସଂଯୁକ୍ତ ରୂପରେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ୧୦ଟି ପାଦ ଉପରକୁ ଉଠି ୨୩ତମ ସ୍ଥାନରେ ପହଞ୍ଚିଛନ୍ତି ଯୁବ ବୋଲର ହର୍ଷଲ ପଟେଲ । ତେବେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ୧୯ତମ ସ୍ଥାନରେ ଏବଂ ବୁମରାହ ୨୮ତମ ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ୭୯୨ ଅଙ୍କ ସହିତ ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଜୋସ ହାଜଲଉଡ । ଏହାପରେ ଆଦିଲ ରାଶିଦ, ତବରେଜ ଶାମ୍ସି ଏବଂ ଆଫଗାନିସ୍ତାନର ରାଶିଦ ଖାନ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି ।