fbpx

ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣା; ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଗତକାଲି ଲୋକସଭାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ହଠାତ ଲୋକସଭା ଭିତରକୁ ପଶିଆସିଥିଲେ୨ ଜଣ ଅଜଣା ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ ଭିତରକୁ ପଶି ଆସିଥିଲେ । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଦର୍ଶକ ଗ୍ୟାଲେରୀରୁ ହଠାତ ଦୁହେଁ ଭିତରକୁ ଡେଇଁ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ଆଗେଇଥିଲେ ।

ତେବ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି । ୫ ଅଭିଯୁକ୍ତଙ୍କ ଉପରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ । UAPAରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.