fbpx

ଜମା ଟିକିଏ ଚିନ୍ତାନାହିଁ; ନୌବିହାର କରୁଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ:ଝାଡଖଣ୍ଡ ରାଜନୀତି ରେ କାହିଁ ଯେ କେତେ ଝଡ ଆସିଲାଣି ଆଉ ମୁଖ୍ୟମନ୍ତ୍ରୀ ତାଙ୍କର ଛୁଟି ପାଳନ କରୁଛନ୍ତି । ସମସ୍ତଙ୍କ ନଜର ରହିଛି କେବେ ଝାଡଖଣ୍ଡର ରାଜନୀତିରେ ସବୁ କିଛି ସ୍ଥିର ହେବ ଆଉ ଏପଟେ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ନେଇ ନୌବିହାର କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ନୌବିହାରରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସହିତ ଯୋଗ ଦେଇଥିଲେ ତାଙ୍କ ଦଳ ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମ୍‌ଏମ୍‌) ଏବଂ ମେଣ୍ଟ ସହଯୋଗୀ କଂଗ୍ରେସର କେତେ ଜଣ ବିଧାୟକ ଓ ବିଧାୟିକା। ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଏବଂ ଅନ୍ୟ ବିଧାୟକମାନେ ହସି ହସି ନୌବିହାରକାଳୀନ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି। ହେମନ୍ତ ଙ୍କ ଫଟୋ କୁ ଦେଖି ଲାଗୁଛି ସେ ଏକଦମ ରିଲାକ୍ସ ଅଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ବିଧାନସଭାର ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଭାରତର ନିର୍ବାଚନ କମିସନ୍‌ ରାଜ୍ୟପାଳଙ୍କ ନିକଟକୁ ସୁପାରିସ ପତ୍ର ପଠାଇବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଥିଲା। ଅର୍ଥ ବିନିମୟରେ ‘ବିଜେପି’ ବିଧାୟକମାନଙ୍କୁ ଅକ୍ତିଆର କରିବା ଭୟରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ବାସଭବନରେ ‘ୟୁପିଏ’ ବିଧାୟକମାନଙ୍କର ବୈଠକ ବସିଥିଲା। ବୈଠକ ପରେ ବିଧାୟକମାନେ ବସ୍‌ରେ ବସି କୌଣସି ଏକ ରିସର୍ଟ ଅଭିମୁଖେ ଯାତ୍ରା କରିଥିଲେ ବୋଲି ସୂଚନା ମିଳିଛି । ଅନଲାଇନ ରେ ତାଙ୍କର ଫୋଟୋ ଗୁଡିକ ମଧ୍ୟ ଭାଇରଲ ହେଉଛି ।

Get real time updates directly on you device, subscribe now.