fbpx

ବୟଫ୍ରେଣ୍ଡ ଗୋନୀଙ୍କୁ ବିବାହ କରିବେ ସୁଜୈନ, ଖୁବ୍‌ଶୀଘ୍ର ପଡିବ ହାତଗଣ୍ଠି

ମୁମ୍ବାଇ: ହ୍ରିତିକ୍‌ ରୋଶନ ଓ ତାଙ୍କର ପୂର୍ବତନ ପତ୍ନୀ ସୁଜୈନ ଖାନ ଛାଡ଼ ପତ୍ର ପରେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇ ରହିଛନ୍ତି । ଉଭୟଙ୍କୁ ଅନେକ ସମୟରେ ଏକା ସାଥିରେ ସମୟ ବିତେଇବାର ଦେଖିବାକୁ ମିଳେ । ହ୍ରିତିକ୍‌ ରୋଶନ ବର୍ତ୍ତମାନ ସମୟରେ ଅଭିନେତ୍ରୀ ତଥା ସିଙ୍ଗର ସବା ଆଜାଦଙ୍କୁ ଡେଟ୍‌ କରୁଛନ୍ତି । ସେପଟେ ସୁଜୈନ ଖାନ, ଅର୍ସଲାନ ଗୋନୀଙ୍କ ସହ ସଂପର୍କରେ ଅଛନ୍ତି । ବହୁ ଦିନରୁ ଚର୍ଚ୍ଚା ହେଉଛି କି ହ୍ରିତିକ୍‌ ଓ ସବା ବିବାହ କରିପାରନ୍ତି ।

ହେଲେ ସଦ୍ୟ ଖବର ମୁତାବିକ , ହ୍ରିତିକ୍‌ ନୁହେଁ ସୁଜୈନ ବିବାହ କରିବାକୁ ପ୍ରସ୍ତୁତି କରୁଛନ୍ତି । ସୁଜୈନ ଖାନ ଓ ଅର୍ସଲାନି ଗୋନି ପରସ୍ପର ସହ ବହୁତ ଦିନରୁ ସଂପର୍କରେ ଅଛନ୍ତି । ଉଭୟ ନିଜର ସଂପର୍କକୁ କେବେବି ଲୁଚେଇବାକୁ ଚେଷ୍ଟା କରୁ ନାହାନ୍ତି । ଦୁହିଁଙ୍କୁ ଅନେକ ସମୟରେ ପାର୍ଟି କରିବା ବା ଡେଟ୍‌ରେ ଯିବାର ଦେଖିବାକୁ ମିଳେ । କୁହାଯାଉଛି କି, ସୁଜୈନ ଓ ଅର୍ସଲାନ ବିବାହ କଥା କହୁଛନ୍ତି । ଏହି ବିବାହ ବହୁତ କମ୍‌ ଲୋକଙ୍କ ଉପସ୍ଥିତିରେ ହେବାକୁ ଯାଉଛି ।

ବଲିଉଡ୍‌ ଲାଇଫ୍‌ ସହ ଏକ ସୂତ୍ର କଥା ହୋଇ କହିଛି, ସୁଜୈନ ଓ ଅର୍ସଲାନ ବହୁତ ମାଚ୍ୟୋର ଏବଂ ଜାଣନ୍ତି ସେ ନିଜର ବାକି ଜୀବନ ସାଥି ହୋଇ ବିତେଇବାକୁ ଚାହୁଁଛନ୍ତି ଏବଂ ବିବାହ ବିଷୟରେ ସେ ଭାବୁଛନ୍ତି । ସୁଜୈନ ୨ୟ ବିବାହ କରିବାକୁ ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । ଯଦି ଏହି କପଲ୍‌ ବିବାହ କରିବେ ତ ଏହା ସାଧାରଣ ଉପାୟରେ ହେବାକୁ ଯାଉଛି । ଏଥିରେ କୌଣସି ଗ୍ରାଣ୍ଡ ସେଲିବ୍ରେସନ ହେବ ନାହିଁ ।

ଉଲ୍ଲେଖନୀୟ ଯେ, ହ୍ରିତିକ୍‌ ରୋଶନ ଓ ସୁଜୈନ ଖାନ ୨୦ ଡିସେମ୍ୱର ୨୦୦୦ରେ ବିବାହ କରିଥିଲେ । ୨୦୧୪ ମସିହାରେ ଉଭୟ ଛାଡ଼ ପତ୍ର ଦେଇଥିଲେ । ଦୁହିଁଙ୍କର ଦୁଇଜଣ ପୁଅ ଅଛନ୍ତି  ରେହାନ ଓ ରିଦାନ । ଅଲଗା ହେବା ପରେ ବି ହ୍ରିତିକ୍‌ ଓ ସୁଜୈନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି ।

Get real time updates directly on you device, subscribe now.