ପାଦରୁ ଝାଳ ବାହାରିବା ତ ଅତି ସାଧାରଣ କଥା । ଖରାଦିନେ ସମସ୍ତଙ୍କ ପାଦରୁ ଝାଳ ବାହାରିଥାଏ । କିନ୍ତୁ ଯଦି ଅଚାନକ୍ ଆପଣଙ୍କ ପାଦରୁ ଝାଳ ବାହାରୁଛି ତେବେ ଅବହେଳା କରନ୍ତୁ ନାହିଁ । କାରଣ ପାଦରୁ ଝାଳ ବାହାରିବା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ପାଦ ସହିତ ଅଣ୍ଡରଆମ୍ସ, ହାତ ଓ ପିଠିରୁ ଝାଳ ବାହାରିବା ରୋଗର ସଙ୍କେତ ହୋଇପାରେ । ଫଳରେ ଏହାକୁ ଚିହ୍ନଟ କରି ଚିକିତ୍ସା କରିବା ନିହାତି ଦରକାର ।
ଡାଇବେଟିସ୍:-
ପାଦ ତଳେ ଝାଳ ବାହାରିବା ଡାଇବେଟିସର ଲକ୍ଷଣ । ଏଥିରେ ଶରୀରରେ ସୁଗାର ଲେବଲ୍ ବଢ଼ିଯାଇଥାଏ ଓ ପାଦରେ ଝାଳ ବାହାରି ଆରମ୍ଭ ହୋଇଥାଏ । ଯଦି କିଛି ଖାଇବା ପରେ ହଠାତ୍ ଆପଣଙ୍କ ପାଦରୁ ଝାଳ ବାହାରେ, ତେବେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ । ତେଣୁ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ ।
ହାର୍ଟ ସମସ୍ୟା:-
ହାର୍ଟ ସହ ଜଡ଼ିତ ରୋଗ ହେବାର କାରଣରୁ ପ୍ରାୟତଃ ପାଦ ତଳୁ ଝାଳ ବାହାରିବା ଆରମ୍ଭ ହୋଇଥାଏ । ଯଦି ଆପଣ ବିଚଳିତ ହେବା ସହ ପାଦରୁ ଝାଳ ବାହାରିଥାଏ, ପାଦ ତଳ ଥଣ୍ଡା ହୋଇଯାଏ ତେବେ ଏହା ହାର୍ଟ ସମସ୍ୟାର ସଙ୍କେତ ହୋଇପାରେ । ହାର୍ଟ ଆଟାକ୍ ପୂର୍ବରୁ ଏହି ଲକ୍ଷଣ ଦେଖାଦେଇଥାଏ । ଛାତିରେ ଯନ୍ତ୍ରଣା ସହିତ ଯଦି ଝାଳ ଆସିବା ଆରମ୍ଭ ହୁଏ, ତେବେ ହାର୍ଟ ସହ ଜଡ଼ିତ ଅନେକ ରୋଗ ହୋଇପାରେ ।
ମେନୋପାଜ୍:-
ଯେତେବେଳେ ଜଣେ ମହିଳାଙ୍କ ଋତୁସ୍ରାବ ଆସିଥାଏ, ତାହାକୁ ମେନୋପାଜ୍ କୁହାଯାଏ । ମେନୋପାଜ୍ ପୂର୍ବରୁ ବିଳଚିତ ସହ ପାଦ ତଳୁ ଝାଳ ବାହାରିବା ଭଳି ଳକ୍ଷଣ ଦେଖାଦେବା ଅତି ସାଧାରଣ କଥା । ଯଦି ମହିଳାମାନଙ୍କଠାରେ ୪୦ ବର୍ଷ ବୟସ ପରେ ଏହିପରି ଲକ୍ଷଣଗୁଡିକ ଲଗାତାର ଭାବରେ ଦେଖାଯାଏ, ତେବେ ଏହା ମେନୋପୋଜର ଲକ୍ଷଣ ହୋଇପାରେ ।
ଥାଇରଏଡ୍ :-
ଥାଇରଏଡ କାରଣରୁ ଶରୀରରେ ଅନେକ ଲକ୍ଷଣ ଦେଖାଯାଏ, ଯେଉଁଥିରେ ପାଦରୁ ଝାଳ ବାହାରିଲା ଗୋଟିଏ ଲକ୍ଷଣ । ଥାଇରଏଡ ଏକ ଗମ୍ଭୀର ରୋଗ । ଯଦି ଏହାର ଲକ୍ଷଣଗୁଡିକ ସମୟ ପୂର୍ବରୁ ଜାଣିପାରନ୍ତି ଓ ଚିକିତ୍ସା ଆରମ୍ଭ କରନ୍ତି, ତେବେ ଏହାକୁ ଗୁରୁତର ହେବାରୁ ରୋକାଯାଇପାରିବ ।
ଅନ୍ୟାନ୍ୟ ରୋଗ:-
ପାଦରୁ ଝାଳ ବାହାରିବାର ଅନେକ ଅନେକ କାରଣ ଥାଇପାରେ । ସଂକ୍ରମଣ ଦ୍ୱାରା ପାଦରୁ ଝାଳ ବାହାରିଥାଏ । ଏହା ଏକ ଫଙ୍ଗଲ୍ ସଂକ୍ରମଣ ମଧ୍ୟ ହୋଇପାରେ । ଫୁସଫୁସ ଜନିତ ସମସ୍ୟା, ମେଡିସିନର ଅତ୍ୟଧିକ ବ୍ୟବହାର କିମ୍ବା ଷ୍ଟ୍ରୋକ କାରଣରୁ ପାଦରୁ ଝାଳ ବାହାରିଥାଏ ।