fbpx

(video)ବ୍ୟାଣ୍ଡ ବାଜା ବଜାଇ ଓ ଫୁଲମାଳ ଧରି ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ୱିଗି, ଦେଲା ହଟ୍ ସରପ୍ରାଇଜ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଏପରି ଜିନିଷ ଦେଖିବାକୁ ପାଇବେ ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନ ଥିବେ । ଏଠାରେ ମଜାରେ ମଜାରେ ଲୋକଙ୍କ ସ୍ୱପ୍ନ ବି ପୂରଣ ହୋଇ ଯାଉଛି । ଯେପରିକି ଆପଣ ଏହି ସୋସିଆଲ ମିଡିଆ ଜରିଆରେ ଜଣେ ବଡ ବିଜନେସମ୍ୟାନଙ୍କୁ କିଛି ଗୋଟିଏ ମାଗି ବସିଲେ ଆଉ ସେ ସତସତିକା ଆପଣଙ୍କ ଇଚ୍ଛା ପୂରଣ କରିଦେଲେ । ଏପରି ବି ହୋଇପାରେ କୌଣସି ଖାସ୍ ବ୍ରାଣ୍ଡର କମ୍ପାନୀ ଆପଣଙ୍କ ଲାଗି କୌଣସି ସରପ୍ରାଇଜ୍ ରଖିଦେଲା । ଆମେ ଏଠି ପୁଣି ଏପରି ଏକ ଭିଡିଓ ବିଷୟରେ ଆପଣଙ୍କୁ କହିବୁ ଯାହା ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି । ଏହି ମାମଲା ସ୍ୱିଗି ଇନଷ୍ଟାମାର୍ଟ ସହ ଜଡିତ ।

ସ୍ୱିଗି ଇନଷ୍ଟାମାର୍ଟ ଟୁଇଟରରେ ଏକ ଟ୍ୱିଟ୍ କରିଥିଲା । ଏଥିରେ ଲେଖା ଥିଲା, ଚଳିତ ବର୍ଷ ଆପଣ ନିଜ ଇଚ୍ଛାରେ ଯାହା କିଣି ପାରିନାହାନ୍ତି ତାହା ଆମକୁ କୁହନ୍ତୁ । ଆମେ ତାହା ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବୁ ।’ ଏହା ଉପରେ ୟୁଜରଙ୍କ କମେଣ୍ଟର ବନ୍ୟା ଆସିବାରେ ଲାଗିଲା । @KanjarKalesh ନାମକ ଆଇଡିରୁ ହିମାଂଶୁ ବଂଶଲ ନାମକ ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଥିଲେ, ମୁଁ ଚଳିତ ବର୍ଷ କୌଣସି ବି ସ୍ଥିତିରେ ହଟ୍ ଅନୁଭବ କରିବାକୁ ଚାହୁଁଥିଲି ।

ତେବେ ହିମାଂଶୁଙ୍କ ଏହି ଇଚ୍ଛା ସ୍ୱିଗି ପୁରା ଅଭିନବ ଅନ୍ଦାଜରେ ପୂରଣ କରିଦେଇଛି । ସ୍ୱିଗି ଇନଷ୍ଟାମାର୍ଟ ଟିମ୍ ଆଚାନକ ହିମାଂଶୁଙ୍କ ଘରେ ପହଞ୍ଚି ଯାଇ ତାଙ୍କୁ ଏକ ହିଟର ଗିଫ୍ଟ କରିଥିଲା । ତେବେ ଏହି ଗିଫ୍ଟ ତାଙ୍କ ଘରେ ପୁରା ବ୍ୟାଣ୍ଡ ବାଜା ସହ ପହଞ୍ଚିଥିଲା । ଭାଇରାଲ ହେଉଥିବା ଭିଡିଓରେ ଡେଲିଭରୀ ଏଜେଣ୍ଟ ହିମାଂଶୁଙ୍କୁ ଲାଇଭ୍ ବ୍ୟାଣ୍ଡ ମଝିରେ ଫୁଲମାଳ ପିନ୍ଧାଇ ସମ୍ମାନିତ କରିବା ସହିତ ହିଟର ଗିଫ୍ଟ କରିଥିଲା ।

Get real time updates directly on you device, subscribe now.