ପ୍ରଧାନମନ୍ତ୍ରୀଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ନରମ ମନୋଭାବ ରହିଛି, ଏଥିପାଇଁ… : ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ନିକଟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବାରେ ତିଳେ ହେଲେ ହେଳା କରୁ ନାହାନ୍ତି। ଦେଶର ଅର୍ଥବ୍ୟବସ୍ଥାକୁ ନେଇ ସେ ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ନୀତିର ସମାଲୋଚନା କରିଛନ୍ତି। ଆଉ ଏବେ ସୋନିଆ ଗାନ୍ଧୀଙ୍କ ପ୍ରତି ମୋଦୀଙ୍କ ବିଚାର କେମିତି ରହିଛି ତାର ଖୁଲାସା କରିଛନ୍ତି ସୁବ୍ରମଣ୍ୟମ। ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ନରମ ମନୋଭାବ ରହିଛି। ଏଥିପାଇଁ ଗାନ୍ଧୀ ପରିବାର ଉପରେ ଏ ପର୍ଯ୍ୟନ୍ତ କୌଣସି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରି ନାହିଁ।

ଏହା ପରେ ବି ସେ ସୋନିଆ ଗାନ୍ଧୀଙ୍କୁ ଛାଡିବେ ନାହିଁ ଏବଂ ନ୍ୟାସନାଲ ହେରାଲ୍ଡ କେସରେ ତାଙ୍କୁ ଜେଲରେ ଭର୍ତ୍ତି କରି କି ହିଁ ରହିବେ ବୋଲି ସ୍ଵାମୀ କହିଛନ୍ତି। ସ୍ଵାମୀ ଏହି ବୟାନ ମଙ୍ଗଳବାର ନଭେମ୍ବର ୧୫ରେ ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଦେଇଛନ୍ତି। ସ୍ଵାମୀ ଏଠାରେ ଆୟୋଜିତ ସଂପୂର୍ଣ୍ଣ କ୍ରାନ୍ତି ମଞ୍ଚ ଏବଂ ବିରାଟ ହିନ୍ଦୁସ୍ତାନ ସଙ୍ଗମର ବିହାର ଶାଖା ଦ୍ଵାରା ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ଭୋଧିତ କରିଥିଲେ।

ସ୍ଵାମୀ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ବିଚାରଧାରା ଆରମ୍ଭରୁ ବିଜେପି ସହିତ ମେଳ ଖାଇଛି। ମାତ୍ର ଯେବେ ବିଜେପି ହାର୍ଡକୋର ହିନ୍ଦୁତ୍ଵବାଧୀ ଏଜେଣ୍ଡାକୁ ଆସିଲା, ତେବେ ସେ ଆରଏସଏସର ପରାମର୍ଶକ୍ରମେ ନିଜର ଜନତା ପାର୍ଟିକୁ ବିଜେପି ସହ ବିଲୟ କରାଇ ଦେଇଥିଲେ। ଜନତା ପାର୍ଟିର ଗଠନ ଲୋକନାୟକ ଜୟପ୍ରକାଶ ନାରାୟଣ କରିଥିଲେ। ତାଙ୍କୁ ସଂପୂର୍ଣ୍ଣ କ୍ରାନ୍ତିର ଜନକ କୁହାଯାଏ। ସ୍ଵାମୀ ଜୟପ୍ରକାଶ ନାରାୟଣଙ୍କ ସବୁଠୁ ଭରସାଯୋଗ୍ୟ ଏବଂ ଘନିଷ୍ଠଙ୍କ ମଧ୍ୟରୁ ଜଣେ ଥିଲେ।

କିଛି ଦିନ ପୂର୍ବେ ସ୍ଵାମୀ ଏହାର ମଧ୍ୟ ଖୁଲାସା କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ରାଜ୍ୟସଭା ସଦସ୍ୟ କରାଇ ନାହାନ୍ତି। ବରଂ ଆରଏସଏସର କହିବାନୁସାରେ ମୁଁ ନିଜର ଜନତା ପାର୍ଟିକୁ ବିଜେପିରେ ବିଲୟ କରାଇଥିଲି। ତେବେ ଯାଇ ଆରଏସଏସ ତାଙ୍କୁ ସଂସଦର ଉଚ୍ଚ ସଦନକୁ ପଠାଇଥିଲା।