fbpx
BSKY SKY
BSKY SKY

Iron Deficiency କାରଣରୁ ଦେଖାଦେଇଥାଏ ଏହି ସବୁ ଲକ୍ଷଣ, ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

BSKY

ଓଡ଼ିଶା ଭାସ୍କର: ସୁସ୍ଥ ଏବଂ ନିରୋଗ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ । ବିଭିନ୍ନ ପ୍ରକାର ପନିପରିବା, ଫଳ, କ୍ଷୀର, ଦହି, ମାଛ ଓ ମାଂସ ଇତ୍ୟାଦିରେ ଥିବା ଭିଟାମିନ୍‌, ମିନେରାଲ୍ସ, ଜିଙ୍କ, ଫସଫରସ୍‌, କ୍ୟାଲସିୟମ, ଲୌହ ଆଦି ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହି ସବୁ ପୋଷକ ତତ୍ତ୍ୱ ଅଭାବ କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ବ୍ୟକ୍ତି ଜଣଙ୍କ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଶିକାର ହୋଇଥାଏ । ଏଥିମଧ୍ୟରୁ ରକ୍ତରେ ଲୌହ୍ୟର ଅଭାବ ପୋଷଣ ସହ ଜଡ଼ିତ ଏକ ସାଧାରଣ ସମସ୍ୟା । ସାଧାରଣତଃ ମହିଳାଙ୍କ ଗର୍ଭାବସ୍ଥା ସମୟରେ ଏବଂ ପରେ ଓ ମାସିକ ଧର୍ମ ସମୟରେ ଶରୀରରେ ଲୌହର ଅଭାବ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଲୌହର ଅଭାବ ଦେଖାଗଲେ ଶରୀର କ’ଣ ସବୁ ସଂକେତ ଦେଇଥାଏ ।

– କୌଣସି କାମ ନ କରି ଥକ୍କାପଣ ଅନୁଭବ କରିବା
– ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ
– ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା ସହ ଆଖି ହଳଦିଆ ପଡ଼ିଯିବା
– ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା
– କେଶ ଝଡ଼ିବା
– ହାତ ଗୋଡ଼ ଥଣ୍ଡା ପଡ଼ିିଯିବା
– ନଖ ଦୁର୍ବଳ ହେବା
– ଓଠ କଡ଼ ଫାଟିବା
– ଜୀଭ ଫୁଲିଯିବା
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲୌହର ଅଭାବ ଦେଖାଗଲେ ପାଳଙ୍ଗ ଶାଗ, ବ୍ରୋକଲି, ଡ଼ାଲି, ରାଜମା, ସୋୟାବିନ୍‌, ଡ୍ରାଏ ଫ୍ରୁଟ୍ସ ଭଳି ଖାଦ୍ୟ ସେବନ କରିବା ଉଚିତ । ଏହା ସହ ପର୍ଯ୍ୟାପ୍ତ ମାତ୍ରାରେ ଜଳର ସେବନ କରିବା ଉତ୍ତମ ଅଟେ । ଶରୀରରେ ହେମୋଗ୍ଲୋବିନ୍ ତିଆରି କରିବାରେ ଲୌହ ପ୍ରମୁଖ ଭୂମିକା ତୁଲାଇଥାଏ । ଏହାର ଅଭାବ ଏନିମିଆ ବା ରକ୍ତହୀନତା ଭଳି ଗମ୍ଭୀର ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ପ୍ରାରମ୍ଭରୁ ଏହି ସବୁ ଲକ୍ଷଣ ପ୍ରତି ଦୃଷ୍ଟି ଦେଇ ସଠିକ ସମୟରେ ଚିକିତ୍ସା କରିବା ଦ୍ୱାରା ଭବିଷ୍ୟତରେ ଗମ୍ଭୀର ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ । ଆବଶ୍ୟକ ହେଲେ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ଭୁଲିବେ ନାହିଁ ।

Get real time updates directly on you device, subscribe now.