fbpx

T-20 World Cup: ଆଜିଠାରୁ ସୁପର-୧୨ ପର୍ଯ୍ୟାୟ ଆରମ୍ଭ, କେବେ ଓ କାହା ସହ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମୁକାବିଲା ଆଜିଠାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିଡନୀରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ଆଫଗାନିସ୍ତାନ ସହ ଟକ୍କର ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆ ଆସନ୍ତା ୨୩ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଭାଗ ନେଇଥିବା ବେଳେ ୱେଷ୍ଟଇଣ୍ଡିଜ, ସ୍କଟଲାଣ୍ଡ, ନାମିବିଆ ଓ ୟଏଇ କ୍ୱାଲିଫାଇଂ ରାଉଣ୍ଡରୁ ବିଦାୟ ନେଇଛନ୍ତି । କ୍ୱାଲିଫାଇଂ ରାଉଣ୍ଡ ମାଧ୍ୟମରେ ଜିମ୍ବାୱେ, ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଆୟରଲ୍ୟାଣ୍ଡ ସୁପର-୧୨ରେ ସ୍ଥାନ ବଜାୟ ରଖିଛନ୍ତି । ଏହି ଚାରିଟି ଟିମ୍ ମଧ୍ୟରୁ ଜିମ୍ବାୱେ ଓ ନେଦରଲାଣ୍ଡ ଭାରତର ଗ୍ରୁପ-୨ରେ ସ୍ଥାନ ପାଇଛନ୍ତି । ଶ୍ରୀଲଙ୍କା ଓ ଜିମ୍ବାୱେ ଗ୍ରୁପ-୧ରେ ସ୍ଥାନ ପାଇଛନ୍ତି ।

ସୁପର-୧୨ର ଗ୍ରୁପ-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟରଲାଣ୍ଡ, ଆଫଗାନିସ୍ତାନ ରହିଛନ୍ତି । ସେହିପରି ଗ୍ରୁପ-୨ରେ ଭାରତ, ପାକିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ, ଜିମ୍ବାୱେ ରହିଛନ୍ତି । ସୁପର-୧୨ ଷ୍ଟେଜରେ ମୋଟ ୩୦ଟି ମ୍ୟାଚ ଆୟୋଜିତ ହେବ । ପ୍ଲେ ଅଫ୍ ଷ୍ଟେଜରେ ୩ଟି ମ୍ୟାଚ ଖେଳାଯିବ । ସିଡନୀ, ହୋବାର୍ଟ, ମେଲବର୍ଣ୍ଣ, ଏଡିଲେଡ ଓ ବ୍ରିସବେନରେ ସମସ୍ତ ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ଏଡିଲେଡ ଓ ସିଡନୀ ଗ୍ରାଉଣ୍ଡରେ, ଫାଇନାଲ ମେଲବର୍ଣ୍ଣରେ ଖେଳାଯିବ । ନଭେମ୍ବର ୯ରେ ପ୍ରଥମ ସେମିଫାଇନାଲ, ନଭେମ୍ବର ୧୦ରେ ଦ୍ୱିତୀୟ ସେମିଫାଇନାଲ ଓ ନଭେମ୍ବର ୧୩ରେ ଫାଇନାଲ ମ୍ୟାଚ ଖେଳାଯିବ ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିୟମ ମୁତାବକ, ସୁପର-୧୨ରେ ପ୍ରତ୍ୟେକ ଟିମକୁ ବିଜୟ ପରେ ଦୁଇ ପଏଣ୍ଟ ମିଳିବ । ହାରିଲେ ୦ ପଏଣ୍ଟ ମିଳିବ । ଯଦି ମ୍ୟାଚ ଟାଇ ହୁଏ ବା ରଦ୍ଦ ହୁଏ ତେବେ ଏକ-ଏକ ପଏଣ୍ଟ ବଣ୍ଟାଯିବ । ଯଦି ଦୁଇ ଟିମଙ୍କ ପଏଣ୍ଟ ସମାନ ହୁଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରେ କେତୋଟି ମ୍ୟାଚ ଜିତିଛନ୍ତି, ସେମାନଙ୍କର ରନରେଟ, ମୁକାବିଲା ରେକର୍ଡ ଆଦି ଦେଖାଯିବ ।

Get real time updates directly on you device, subscribe now.