fbpx

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୨୦୨୫ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାଗ ନେବେ ୨୦ ଦଳ, ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏତିକିଟା ଟିମ୍‌

ଦୁବାଇ: ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଟି-ଟ୍ୱେଣ୍ଟି (ପୁରୁଷ) ବିଶ୍ୱକପ୍‌ରେ ଭାଗ ନେବେ ୨୦ ଦଳ । ଏମାନଙ୍କ ମଧ୍ୟରୁ ୧୨ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ବୋଲି ଅନୁଷ୍ଠିତ ଆଇସିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ୨୦୨୪ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ୨୦୨୫ ଦିନିକିଆ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି ।

ସେହିପରି ୨୦୨୩ରେ ଆଇସିସି ପ୍ରଥମ ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରିବ ଦକ୍ଷିଣ ଆଫ୍ରିକା । ସେହିପରି ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ କରିବେ । ଆୟୋଜକ ଦେଶ ଭାବେ ଉଭୟ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବେ । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶ୍ରେଷ୍ଠ ୮ଟି ସ୍ଥାନ ଅକ୍ତିଆର କରିଥିବା ଦଳ ମଧ୍ୟ ୨୦୨୪ ବିଶ୍ୱକପ୍‌କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବେ । ଆସନ୍ତା ଅକ୍ଟେବର ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜିତ ହେବ । ଅନ୍ୟ ୨ଟି ଦଳକୁ ମାନ୍ୟତା ଆଧାରରେ ଯୋଗ୍ୟତା ଅର୍ଜନ କରିବାକୁ ସୁଯୋଗ ମିଳିବ । ପୂର୍ବରୁ ଯୋଗ୍ୟତା ଅର୍ଜନ କରିଥିବା ୧୦ ଦଳ ବ୍ୟତୀତ ମାନ୍ୟତା ତାଲିକାର ଉଚ୍ଚତମ ସ୍ଥାନରେ ରହିଥିବା ୨ଟି ଦଳକୁ ଯୋଗ୍ୟତା ସୁଯୋଗ ମିଳିବ ।

ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ସୁଦ୍ଧା ମାନ୍ୟତା ତାଲିକାର ଉଚ୍ଚତମ ସ୍ଥାନରେ ରହିଥିବା ଦଳ ଯୋଗ୍ୟତା ଅର୍ଜନ କରି ।ରିବେ । ଚଳିତ ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପଥମ ୮ଟି ସ୍ଥାନ ଅଧିକାର କରିଥିବା ଦଳ ମଧ୍ୟରେ ସ୍ଥାନ ପାଇ ନଥିବା କୌଣସି ଦଳ ମାନ୍ୟତା ତାଲିକାର ପ୍ରଥମରୁ ଦଶମ ସ୍ଥାନରେ ରହିଥିଲେ ସିଧା ସଳଖ ଯୋଗ୍ୟତା ଅର୍ଜନ କରି ।ରିବ । ଭାରତ ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟ ବିଶ୍ୱକପ୍‌ରେ ପ୍ରଥମ ୮ଟି ସ୍ଥାନ ଗ୍ରହଣ କରିନପାରିଲେ ମଧ୍ୟ ମାନ୍ୟତା ତାଲିକାର ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ରହିଥିଲେ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବ । ଅନ୍ୟ ୮ଟି ଦଳ ଆଇସିସିର ଆଞ୍ଚଳିକ ଯୋଗ୍ୟତା ରାଉଣ୍ଡ ଟୁର୍ଣ୍ଣାମେଣ୍ଟ ଜରିଆରେ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବେ । ଆଫ୍ରିକା, ଏସିଆ, ୟୁରୋପ, ଆମେରିକା, ପୂର୍ବ ଏସିଆ ପାସିଫିକ୍‌ ଗ୍ରୁ ମଧ୍ୟରେ ଆଞ୍ଚଳିକ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ନିଷ୍ପତ୍ତି ହୋଇଛି।

Get real time updates directly on you device, subscribe now.