fbpx

ଟି-୨୦ ବିଶ୍ୱକପ ସେମିଫାଇନାଲ: ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ତ- ଇଂଲଣ୍ଡ ମଧ୍ୟରେ ମୁକାବିଲା, ପ୍ରତିଶୋଧ ନେବା ଅପେକ୍ଷାରେ ନ୍ୟୁଜିଲାଣ୍ଡ

ଅବୁଧାବି: ଆସନ୍ତା ୧୦ ତାରିଖ ଦିନ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ସୁଯୋଗରେ ଇଂଲଣ୍ଡ ବିରୋଧଟ୍ଟା ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେବା ପାଇଁ ନ୍ୟୁଜିଲାଣ୍ଡ ସୁଯୋଗ ଅପେକ୍ଷାରେ ରହିଛି । ତେଣୁ ସଂପ୍ରତି ଅତି ଭଲ ଫର୍ମରେ ଥିବା ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ । କାରଣ ସୁପର ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ୪ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଉତ୍ତମ ନେଟ ରନରେଟରେ ଗ୍ରୁପ ଏ’ ଟପ୍ପର ହୋଇଥିବା ବେଳେ ଗ୍ରୁପ୍ ବି’ରେ ନ୍ୟୁଜିଲାଣ୍ଡ ରନର୍ସ ଅପ୍‌ ହୋଇଥିଲା । ତେବେ ଚଳିତ ବିଶ୍ୱକପରେ ଉଭୟ ଦଳର ପ୍ରଦର୍ଶନ ଭଲ ରହିଛି । ସୁପର ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିବା ବେଳେ ଇଂଲଣ୍ଡ ଏହି ପର୍ଯ୍ୟାୟର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା । ମାତ୍ର ଅବଶିଷ୍ଟ ମ୍ୟାଚରେ ଉଭୟ ଦଳର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।

ସୂଚନା ଯୋଗ୍ୟ ଯେ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପରେ ଟାଇଟଲ ହାସଲ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କେବେ ୫୦ ଓଭର ବିଶିଷ୍ଟ ଦିନିକିଆ ବିଶ୍ୱକପରେ ସଫଳ ହୋଇ ପାରି ନାହିଁ । ଏକାଧିକ ବାର ଟାଇଟଲ ନିକଟବର୍ତ୍ତୀ ହୋଇ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି । ସେହିପରି ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ସହିତ ମୁକାବିଲା କରି ଦୁର୍ଭାଗ୍ୟ ଜନକ ଭାବେ ହାର ମାନିଥିଲା । ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସମାନ ସ୍କୋର କରିବା ଫଳରେ ମ୍ୟାଚ ଟାଇ ହୋଇଥିଲା । ତେଣୁ ଫଳାଫଳ ଫଇସଲା ପାଇଁ ସୁପର ଓଭର ପନ୍ଥା ଅନୁସରଣ କରାଯିବା ପରେ ଏଥିରେ ମଧ୍ୟ ଦୁଇ ଦଳର ସ୍କୋର ବରାବର ହୋଇଥିଲା । ଉକ୍ତ ମ୍ୟାଚ ପରିଚାଳନା କରୁଥିବା ଅନ ଫିଲ୍ଡ ଅମ୍ପାୟରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ନ୍ୟୁଜିଲାଣ୍ଡ ହାତରୁ ବିଜୟ ସୁଯୋଗ ଚାଲି ଯାଇଥିବା ବେଳେ ଅଧିକ ଛକା ଓ ଚୌକା ମାରିବା ଆଧାରରେ ଇଂଲଣ୍ଡକୁ ବିଜୟୀ ଘୋଷିତ କରା ଯାଇଥିବା ବେଳେ ଶେଷରେ ନ୍ୟୁଜିଲାଣ୍ଡ ଶିଶୁପାଳ ହୋଇ ସ୍ୱଦେଶ ଫେରିବାକୁ ପଡିଥିଲା । ତେଣୁ ଇଂଲଣ୍ଡ ବିରୋଧରେ ସେହି ପରାଜୟର ଚରମ ପ୍ରତିଶୋଧ ନେବା ପାଇଁ ନ୍ୟୁଜିଲାଣ୍ଡକୁ ସୁଯୋଗ ମିଳିଛି । ମାତ୍ର ଇଂଲଣ୍ଡ ସଂପ୍ରତି ଜବରଦସ୍ତ ଫର୍ମରେ ଥିବାରୁ ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଜୋରଦାର ଲଢ଼େଇ କରିବାକୁ ପଡିବ ।

Get real time updates directly on you device, subscribe now.