ଅଷ୍ଟ୍ରେଲିଆ ଟିମକୁ ଲାଗିଲା ବଡ଼ ଝଟକା, ଭାରତ ବିପକ୍ଷ ସିରିଜ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟି-୨୦ ବିଶ୍ୱକପ୍ ବିଜୟୀ ମାଥ୍ୟୁ ୱେଡ୍‌

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୧ ବିଜେତା ମାଥ୍ୟୁ ୱେଡ୍‌(Matthew Wade) ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଆଲବିଦା କହିଛନ୍ତି । ବର୍ତ୍ତମାନ ସେ ଅଷ୍ଟ୍ରେଲିଆର ସୀମିତ ଓଭର ସେଟ୍‌ଅପରେ କୋଚ୍ ଭୂମିକା ତୁଲାଇବେ । ୱିକେଟରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ୱେଡ୍ ପାକିସ୍ତାନ ବିପକ୍ଷ ଆଗାମୀ ଟି-୨୦ ସିରିଜରେ ଆନ୍ଦ୍ରେ ବୋରୋୱେଚର କୋଚିଂ ଷ୍ଟାଫ୍ ମଧ୍ୟ ରହିବେ ।

ଆସନ୍ତା ନଭେମ୍ବରରେ ହେବାକୁ ଥିବା ବର୍ଡ଼ର ଗାଭାସ୍କର ଟ୍ରଫି ପୂର୍ବରୁ ମାଥ୍ୟୁ ୱେଡ୍ ଏହି ନିଷ୍ପତ୍ତି ନେଇଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରେ ପ୍ରଥମ ସିରିଜ ଖେଳାଯିବ । ୱେଡ୍ ତସ୍ମାନିଆ ବିପକ୍ଷରେ ଘରୋଇ କ୍ରିକେଟ୍ ଏବଂ ହେବର୍ଟ ହରିକେନ୍ସ ପାଇଁ ବିଗ୍ ବ୍ୟାଶ୍ ଲିଗ୍ ପାଇଁ ଖେଳ ଜାରି ରଖିବେ । ୩୬ ବର୍ଷୀୟ ୱେଡ୍ ଏକ ବୟାନରେ କହିଛନ୍ତି, ‘ଗତ ଟି-୨୦ ବିଶ୍ୱକପ୍ ସମୟରେ ମୁଁ ଜାଣିବାକୁ ପାଇଲେ କି ତାଙ୍କର ଅନ୍ତର୍ଜାତୀୟ କ୍ୟରିୟର ବର୍ତ୍ତମାନ ଶେଷ ହେବାକୁ ଯାଉଛି । ମୁଁ ଗତ ୬ ମାସରୁ ଜର୍ଜ ବେଲି ଏବଂ ଆଣ୍ଡ୍ରୁ ମ୍ୟାକ୍‌ଡୋନାଲ୍ଡଙ୍କ ସମ୍ପର୍କରେ ରହିଛି । ଗତ କିଛି ବର୍ଷରୁ ମୁଁ କୋଚିଂ ବିଷୟରେ ଭାବୁଥିଲି । ଏବେ ଏହି ସୁଯୋଗ ପାଇଁ ମୁଁ କୃତଜ୍ଞ ।’ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପୂର୍ବରୁ ମୁଁ ମୋ ସାଥି ଖେଳାଳି, ଷ୍ଟାଫ୍ ଏବଂ କୋଚଙ୍କୁ ଧନ୍ୟାବାଦ ଜ୍ଞାପନ କରୁଛି । ମୋର ଏହି ଯାତ୍ରା ବହୁତ ମଜାଦାର ରହିଥିଲା ଏବଂ ଆଖପାଖରେ ଥିବା ଶୁଭଚିନ୍ତକଙ୍କ ବିନା ମୁଁ ଏଠାକୁ କେବେ ପହଂଚିପାରିନଥାନ୍ତି । ଅପରପକ୍ଷରେ କ୍ରିକେଟ ଅଷ୍ଟ୍ରଲିଆର ସିଇଓ ନିକ୍ ହାଙ୍କଲିଙ୍କ କହିଛନ୍ତି, ‘ମାଥ୍ୟୁଙ୍କ ଶାନଦାର କ୍ୟାରିୟର ପାଇଁ ବଧେଇ । ମୁଁ ଖୁସି ଅଛି କି ବର୍ତ୍ତମାନ ସେ ଆଗାମୀ ପିଢ଼ିର କ୍ରିକେଟରଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବେ ।’

 

View this post on Instagram

 

A post shared by Scottish Super10 (@scottishsuper10)