fbpx

ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନି: ରିପୋର୍ଟ

କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନଙ୍କ ଅତ୍ୟାଚାର ଜାରି ରହିଛି । ଏବେ ଏକ ବଡ଼ ଖବର ଆସି ପହଞ୍ଚିଛି । କାବୁଲ ଏୟାରପୋର୍ଟରୁ ୧୫୦ ଜଣ ନାଗରିକଙ୍କୁ ଅପହରଣ କରିଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ନାଗରିକ ମଧ୍ୟ ରହିଥିବାର ଜଣାପଡ଼ିଛି । ଅଫଗାନ୍ ନାଗରିକ ଓ ଶିଖ୍ ଙ୍କ ବ୍ୟତୀତ ଅଧିକ ଭାରତୀୟ ନାଗରିକ ରହିଥିବା ବିଶେଷ ସୁତ୍ରରୁ ଖବର ପ୍ରକାଶ ପାଇଛି ।

ସୂଚନା ଅନୁସାରେ, କିଛି ତାଲିବାନି ଆତଙ୍କବାଦୀ ଆସିଲେ ଏବଂ ଏୟାରପୋର୍ଟରେ ଦେଶ ଛାଡ଼ିବାକୁ ଥିବା ଲୋକମାନଙ୍କ ସହିତ ଝଗଡ଼ା କରିଥିଲେ । ଆଉ ଏକ ଗାଡ଼ିରେ ସେମାନଙ୍କୁ ଉଠାଇ ନଥିଲେ । ସେମାନଙ୍କ ମଧ୍ୟରୁ ଖସି ଆସିଥିବା ଅଫଗାନ୍ ବ୍ୟକ୍ତି ଏ ସମ୍ପର୍କରେ ସୁଚନା ଦେଇଥିବା ଜଣାପଡ଼ିଛି । ଖାଲି ସେହି ବ୍ୟକ୍ତି ନୁହେଁ ବରଂ ଏହି ସମୟରେ ଅନେକ ଲୋକ ଦୌଡ଼ି ପଳାଇବାରେ ସଫଳ ହୋଇଥିଲେ । ହେଲେ ତାଲିବାନି ପ୍ରବକ୍ତା ଏହି ଖବରକୁ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.