fbpx

ଗତ ଶାସନ କାଳରେ ତାଲିବାନ ବ୍ୟାନ୍ କରିଥିଲା ଏହି ୯ଟି କାର୍ଯ୍ୟକଳାପ, ନଥିଲା ଟିଭି ଦେଖିବା ଓ ଗୀତ ଶୁଣିବାର ଅନୁମତି

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଯେତେ ଯେତେ ଆମେରିକା ସୈନ୍ୟ ଅଞ୍ଚଳ ଖାଲି କରୁଛନ୍ତି ସେତେ ପରିମାଣରେ ତାଲିବାନ ମାନେ ଅଞ୍ଚଳ ଗୁଡ଼ିକ ଉପରେ କବଜା କରିବାରେ ଲାଗିଛନ୍ତି । ତାଲିବାନୀ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ଉପରେ କବଜା କରିଥିବା ଦାବି କରୁଛନ୍ତି । ଆଉ କବଜା କରିଥିବା ଅଞ୍ଚଳ ଗୁଡ଼ିକ ଉପରେ ଏମାନେ ନିଜର ସ୍ୱତନ୍ତ୍ର ନିୟମ ଲାଗୁ କରିଛନ୍ତି । ଯଦ୍ୱାରା ଅଫଗାନ୍ ମାନେ ଖୁବ୍ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅଫଗାନ୍ ରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ନିକଟରେ ତାଲିବାନ ମାନେ ମହିଳାଙ୍କୁ ଘରୁ ବାହାରିବା ଉପରେ ରୋକ ଲଗାଇଥିଲେ ।

ଏହିସବୁ କଟକଣା ମନେ ପକାଇ ଦେଉଛି ଯେ, ଅତୀତରେ କିପରି ଭାବରେ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ଭାବେ ତାଲିବାନୀ ମାନଙ୍କ ଶାସନ ଚାଲିଥିଲା । ତାଲିବାନ ୧୯୯୬ ରୁ ୨୦୦୧ ପର୍ୟ୍ୟନ୍ତ ଆଫଗାନିସ୍ତାନକୁ ଶାସନ କରିଥିଲା। ଏହି ସମୟ ମଧ୍ୟରେ ଆତଙ୍କବାଦ ଏବଂ ଉଗ୍ରବାଦ ରାଜତ୍ୱ ଚାଲିଥିଲା । ଲୋକଙ୍କ ଉପରେ ଅତ୍ୟଧିକ କଠୋର ନିୟମ ଲାଗୁ କରାଯାଇଥିଲା ଏବଂ ନିୟମ ଭଙ୍ଗ କରିଥିବାରୁ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଇଥିଲା। ଏହି ନିୟମ ମାଧ୍ୟମରେ ମହିଳା ମାନଙ୍କୁ ଖାସ୍ ଟାର୍ଗେଟ କରାଯାଉଥିବା ବେଳେ ପୁରୁଷ ମାନଙ୍କୁ ବି ସମାନ ଭାବରେ ହନ୍ତସନ୍ତ କରାଯାଉଥିଲା । ତେବେ ଚାଲନ୍ତୁ ଜାଣିବା ତାଲିବାନ ମାନେ କଣ କଣ ନିଷେଧାଦେଶ ଜାରି କରିଥିଲେ ।

୧. ଟିଭି ଦେଖିବା

ମନୋରଞ୍ଜନ ଉଦ୍ଦେଶ୍ୟରେ କେହି ବି ନିଜ ଘରେ ଟିଭି ରଖିପାରିବେ ନାହିଁ । କାରଣ ଏହାକୁ ଇସଲାମ୍ ମାନଙ୍କ ଅପମାନ ବୋଲି ମନାଯାଉଥିଲା ।

୨. ଦାଢ଼ି କାଟିବା

ପୁରୁଷ ମାନଙ୍କୁ ଦାଢ଼ି କାଟିବାକୁ ଅନୁମତି ନଥିଲା । ସେମାନଙ୍କୁ କୁହାଯାଉଥିଲା ଯେ, ଏହି ନିୟମ କୁରାନ୍ ଏବଂ ହୀସରେ ଉଲ୍ଲେଖ ରହିଛି ।

୩. ଗୀତ ଶୁଣିବା

ମ୍ୟୁଜିକ୍ ଶୁଣିବା ଇସଲାମ୍ ବିରୋଧୀ ବୋଲି ଧରାଯାଉଥିଲା ଏବଂ ଏପରି କରୁଥିବା ଲୋକଙ୍କୁ ଅନେକ ପ୍ରକାରର ଅତ୍ୟାଚାର ଦିଆଯାଉଥିଲା ।

୪. ପକ୍ଷୀ ପାଳିବା

ପକ୍ଷୀ ମାନଙ୍କୁ ଘରେ ରଖିବା ବାରଣ ଥିଲା । କାରଣ ଏହାକୁ ଅଣ-ଇସଲାମ୍ ନିୟମ ବୋଲି ଧରାଯାଉଥିଲା । ଏହି ନିୟମ ବିରୋଧରେ ଦଣ୍ଡ ଦିଆଯାଉଥିଲା ଏବଂ ଉକ୍ତ ପକ୍ଷୀକୁ ମାରି ଦିଆଯାଇଥିଲା ।

୫. ଗୁଡ଼ି ଉଡ଼ାଇବା

ଗୁଡ଼ି ଉଡ଼ାଇବାକୁ ନେଇ ମଧ୍ୟ ପ୍ରତିବନ୍ଧକ ରଖାଯାଇଥିଲା । କାରଣ ଏହାକୁ ଆହ୍ଲାଙ୍କ ରାସ୍ତାରେ ବାଧା ବୋଲି ଧରାଯାଉଥିଲା ।

୬. ଆପତ୍ତିଜନକ ସାହିତ୍ୟ

ତାଲିବାନ ଅନୁଯାୟୀ, ଇସଲାମ ବିରୋଧୀ ବୋଲି ବିଶ୍ୱାସ କରାଯାଉଥିବା ସାହିତ୍ୟକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯାଉଥିଲା ।

୭. ଇଣ୍ଟରନେଟ୍

ଆଫଗାନିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା । ଅଫଗାନ୍ ଏବଂ ବିଦେଶୀଙ୍କୁ ଇଣ୍ଟରନେଟ୍ ଚଲାଇବାକୁ ଦିଆଯାଉନଥିଲା ।

୮. ମହିଳା ବାହାରକୁ ଏକା ଯିବେ ନାହିଁ

ମହିଳା ମାନଙ୍କୁ ଏକା ବାହାରକୁ ଯିବାକୁ ଦିଆଯାଉନଥିଲା । ଆଉ ଯଦି ବାହାରକୁ ସେମାନେ ଯାଉଥିଲେ ତେବେ ସେମାନେ ବାପା, ଭାଇ କିମ୍ବା ସ୍ୱାମୀ ତଥା ପରିବାରର କୌଣସି ଏକ ସଦସ୍ୟଙ୍କୁ ସାଥୀରେ ନେଇ ଯିବାକୁ ପଡ଼ୁଥିଲା ।

୯. ଶ୍ରମିକ ଦିବସ

ମେ ୧ରେ ପାଳନ କରାଯାଉଥିବା ଶ୍ରମିକ ଦିବସ ଉପରେ ରୋକ୍ ଲଗାଇଦିଆଯାଇଥିଲା । କାରଣ ଏହାକୁ କମ୍ୟୁନିଟି ଅବକାଶ ବୋଲି ଧରାଯାଉଥିଲା ।

Get real time updates directly on you device, subscribe now.