fbpx

ତାଲିବାନ କବଜାରେ ଲସ୍କର ଗାହ, ଜୀବନ ବଞ୍ଚାଇ ପଳାୟନ କରୁଛନ୍ତି ଅଧିକାରୀ

Advertisement

କାବୁଲ: ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛି ତାଲିବାନ୍ । କାନ୍ଦାହାର ଓ ହେରଟକୁ ନିୟନ୍ତ୍ରଣ କରିବା ପରେ ଲସ୍କର ଗାହ ସହରକୁ ଦଖଲ କରିଛନ୍ତି ତାଲିବାନୀ ଆତଙ୍କବାଦୀ । ବାକୁଲ ପରେ କାନ୍ଦାହାର ଦେଶର ଦ୍ୱିତୀୟ ଓ ହେରଟ ତୃତୀୟ ବୃହତ୍ତମ ସହର । ତାଲିବାନ କବଜାକୁ ଯାଇଥିବା ସହରର ଲୋକେ ଭୟରେ ଘର ଛାଡି ପଳାଉଛନ୍ତି । କାବୁଲରେ ଥିବା ଦୂତାବାସ କର୍ମଚାରୀଙ୍କ ସ୍ୱଦେଶ ଫେରିବା ପ୍ରକ୍ରିୟା ଜାରି ରହିଛି । ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସେନା ବାହିନୀ ପଠାଇବ ଆମେରିକା ଓ ବିଟ୍ରେନ୍ ।

ଉତ୍ତର ଆଫଗାନିସ୍ତାନରେ ଯୁଦ୍ଧ ଭାର ସମ୍ଭାଳିବେ ରଶିଦ ଦୋସ୍ତୁମ । ପୂର୍ବତନ ସେନାଧିକାରୀ ଦୋସ୍ତୁମଙ୍କୁ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଅସରଫ । ଆଫଗାନିସ୍ତାନର ୩୪ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜଧାନୀ ତାଲିବାନ କବଜାରେ ରହିଛି । ତାଲିବାନ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ ତୀବ୍ର ନିନ୍ଦା କରିଛି । ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେଇପାରେ ୟୁଏନଏସସି ।

Get real time updates directly on you device, subscribe now.