fbpx

ଗାଡ଼ି ଚଲାଇବା ସମୟରେ ଫୋନରେ କଥା ହେବା ଦଣ୍ଡିତ ଅପରାଧ ନୁହେଁ, ଘୋଷଣା କଲେ ସଡ଼କ ଓ ପରିବହନ ମନ୍ତ୍ରୀ ଗଡ଼କରୀ

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ଖୁସି ଖବର ଆସିଛି । ଏଣିକି ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ଆପଣମାନଙ୍କୁ ଜରିମାନା ଦେବାକୁ ପଡ଼ିବ ନାହିଁ । ମାତ୍ର ଏଥିପାଇଁ କିଛି ନିୟମ ମାନିବାକୁ ପଡ଼ିବ । ଏନେଇ ଲୋକସଭାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଘୋଷଣା କରିଛନ୍ତି ।

ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଆପଣଙ୍କ ଫୋନ୍ ‘ହ୍ୟାଣ୍ଡ-ଫ୍ରି ଡିଭାଇସ୍ ସହିତ ସଂଯୁକ୍ତ ହୋଇଥିଲେ ହିଁ ଏହି ସୁଯୋଗ ଉପଲବ୍ଧ ହେବ । ଏହାବ୍ୟତୀତ ଆପଣମାନେ ନିଜର ଫୋନକୁ ଗାଡ଼ିରେ ନରଖି ପକେଟରେ ରଖିବାକୁ ପଡ଼ିବ । ‘ହ୍ୟାଣ୍ଡ-ଫ୍ରି ଡିଭାଇସ୍’ ମାଧ୍ୟମରେ ଫୋନରେ କଥା ହେଉଥିବା ବେଳେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ । ଏ କ୍ଷେତ୍ରରେ ଟ୍ରାଫିକ ଅଧିକାରୀ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବେ ନାହିଁ । ଯଦି କରନ୍ତି, ତେବେ ଆପଣମାନେ ଏହା ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇପାରିବେ । ତେବେ ଗାଡ଼ି ଚଳାଇବା ସମୟରେ ଆପଣମାନେ ସିଧାସଳଖ ମୋବାଇଲରେ କଥା ହେଉଥିଲେ ଆପଣଙ୍କଠାରୁ ଟ୍ରାଫିକ ଚାଲାଣ କଟାଯିବ ।

Get real time updates directly on you device, subscribe now.