ନୂଆଦିଲ୍ଳୀ: ବାରମ୍ବାର ବଦଳି ହେଉଥିବା କାରଣରୁ ତାମିଲନାଡୁ କୋର୍ଟର ଜଜଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜନୈକ କ୍ଲର୍କ । ବିଗତ କିଛି ମାସ ମଧ୍ୟରେ ଅଫିସ୍ ଆସିଷ୍ଟାଣ୍ଟ ଭାବରେ କାମ କରନ୍ତି । ତାମିଲନାଡୁର ସାଲେମ ଜିଲ୍ଳାରେ ଏହି ଘଟଣା ଘଟିଛି । ହସ୍ତମପଟ୍ଟିରେ କାମ କରୁଥିବା ଏହି ଯୁବକ ଜଣଙ୍କ ବିଚାରପତିଙ୍କ ଚାମ୍ବର ମଧ୍ୟକୁ ପଶି ଆସିଥିଲେ । ଉତକ୍ଷିପ୍ତ ରହିଥିବା ଯୁବକ ଜଣକ ଏକ ଖଣ୍ଡା ଧରି ପହଞ୍ଚିଥିଲେ ।
ବିଚାରପତିଙ୍କୁ ଧମକ ଦେବା ସହିତ ବେକରେ ଖଣ୍ଡା ଲଗାଇ ଦେଇଥିଲେ । ମାଜିଷ୍ଟ୍ରେଟ୍ ଏମ୍ ପାମ୍ପଡିଙ୍କ ଚାମ୍ବର ମଧ୍ୟରେ ଏହି କାଣ୍ଡ ଘଟିଥିଲା । ମଙ୍ଗଳବାର ନୂତନ ଭାବରେ ଚାକିରିରେ ଯୋଗ ଦେଇଥିବା ବେଳେ ବଦଳି ଆଦେଶ ପାଇ ଉତକ୍ଷିପ୍ତ ହୋଇ ଯାଇଥିଲେ । ଆକ୍ରମଣ ପରେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି ହତ୍ୟା ଉଦ୍ୟମ ଅଭିଯୋଗରେ ଆଇପିସିର ଧାରା ୩୦୭ ଆଧାରରେ ଯୁବକଙ୍କୁ ଗିରଫ କରାଯାଇଛି ।