ଚେନ୍ନାଇ: ତାମିଲନାଡୁର ତିରୁଭାନ୍ନାମଲାଇରେ ଭୂସ୍ଖଳନରେ ଫସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ସୋମବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ ଅବଶିଷ୍ଟ ମୃତଦେହ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ନିର୍ଦ୍ଦେଶ ଦେଇଛନ୍ତି ।
ସାମୁଦ୍ରିକ ଝଡ଼ ଫେଙ୍ଗଲ ଯୋଗୁଁ ତିରୁଭାନ୍ନାମଲାଇରେ ପ୍ରବଳ ବର୍ଷା ହୋଇଛି । ଡିସେମ୍ବର ୧ ତାରିଖରେ ଭିୟୁସି ନଗର ଅଞ୍ଚଳର ଅନ୍ନମଲ୍ୟାର ପାହାଡ଼ରେ ଭୂସ୍ଖଳନ ହୋଇଥିଲା । ଏଥିରେ ୨ଟି ଘର କ୍ଷତିଗ୍ରସ୍ତ ହୋଇଛି ।