fbpx

ପାର୍ବଣ ଋତୁ ପୂର୍ବରୁ ଉପହାର ଦେଲେ ସରକାର, ଏଣିକି ପ୍ରତି ମାସରେ ମହିଳାଙ୍କୁ ମିଳିବ ଟଙ୍କା !

ନୂଆଦିଲ୍ଲୀ: ତାମିଲନାଡୁ ସରକାର ନିକଟରେ କାଲାଇଗନାର ମାଗଲିର ଉରିମାଇ ଥୋଗାଇ ଥିତ୍ତମ(Kalaignar Magalir Urimai Thogai Thittam) ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ, ପ୍ରତ୍ୟେକ ମାସରେ ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ପରିବାର ମୁଖ୍ୟଙ୍କୁ ଆର୍ôଥକ ସହାୟତା ଦିଆଯିବ ।

ରାଜ୍ୟ ସରକାର ପ୍ରତ୍ୟେକ ମାସରେ ପରିବାରର ମୁଖ୍ୟ ମହିଳାଙ୍କୁ ଟଙ୍କା ଦେବେ । ତାମିଲନାଡୁ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସେହି ମହିଳାମାନଙ୍କୁ ସହାୟତା ଯୋଗାଇବ, ଯେଉଁମାନଙ୍କର ଗୁଜୁରାଣ କରିବା କଷ୍ଟକର । ଏହି ସରକାରୀ ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବା ।

Kalaignar Magalir Urimai Thogai Thittam ଯୋଜନାର ଲାଭ :-

କାଲାଇଗନାର ମାଗଲିର ଉରିମାଇ ଥୋଗାଇ ଥିତ୍ତମ ଯୋଜନାରେ ୧.୦୬ କୋଟି ଯୋଗ୍ୟ ମହିଳା ପରିବାର ମୁଖ୍ୟଙ୍କୁ ମାସିକ ୧୦୦୦ ରୁ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ପ୍ରାୟ ୧.୬୩ କୋଟି ଆବେଦନ ଗ୍ରହଣ କରିଛନ୍ତି । ଏଥିମଧ୍ୟରୁ ମୋଟ ୧.୦୬ କୋଟି ଗ୍ରହଣ କରାଯାଇଛି ।

କେଉଁମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ :-

କାଲାଇଗନାର ମାଗଲିର ଉରିମାଇ ଥୋଗାଇ ଥିତ୍ତମ ଯୋଜନା ଅଧୀନରେ ୨୧ ବର୍ଷରୁ ଅଧିକ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଆବେଦନ କରିପାରିବେ । ଏଥିରେ ଅବିବାହିତ ଏବଂ ବିଧବା ମହିଳାମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ ଘରର ମୁଖ୍ୟ ଅଟନ୍ତି । ଏହି ଯୋଜନା ତାମିଲନାଡୁର ସାମାଜିକ କଲ୍ୟାଣ ବିଭାଗ ମାଧ୍ୟମରେ ଚାଲିଛି ।

ଏହି ଯୋଜନା ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ମହିଳାମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ପ୍ରମାଣିତ ହେବ । ଯଦି କୌଣସି ମହିଳାଙ୍କର ୧୦ ଏକରରୁ କମ୍ ଶୁଖିଲା ଜମି କିମ୍ବା ୫ ଏକର ଅର୍ଦ୍ଧ ଶୁଷ୍କ ଜମି ଅଛି, ତେବେ ସେ ଏହା ପାଇଁ ମଧ୍ୟ ଆବେଦନ କରିପାରିବେ । ଆୟ ଏବଂ ଜମି ମାଲିକାନା ବ୍ୟତୀତ ପରିବାରର ବାର୍ଷିକ ବିଦ୍ୟୁତ୍ ବ୍ୟବହାର ୩,୬୦୦ ୟୁନିଟ୍ ରୁ କମ୍ ହେବା ଉଚିତ୍ । ଏହି ମାନଦଣ୍ଡ ଯେଉଁ ପରିବାର ପୂରଣ କରିବେ, ସେହି ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିବ ।

ଏମାନଙ୍କୁ ମିଳିବ ଛୁଟ୍ :-

ରିପୋର୍ଟ ଅନୁଯାୟୀ, କିଛି ବର୍ଗର ଲୋକମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ଛାଡ ମିଳିଛି । ଏଥିମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କର୍ମଚାରୀ ତଥା ସରକାରୀ କ୍ଷେତ୍ରର କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ଆୟକର ପ୍ରଦାନକାରୀ, ବୃତ୍ତିଗତ ଟିକସଦାତା, ପେନସନଭୋଗୀ, ସ୍ଥାନୀୟ ସଂସ୍ଥାର ନିର୍ବାଚିତ ପ୍ରତିନିଧୀ ଏବଂ ଚାରି ଚକିଆ ମାଲିକ ସାମିଲ ।

ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯିବ । ଟଙ୍କା ଉଠାଇବା ପାଇଁ ସେମାନଙ୍କୁ ଏଟିଏମ୍ କାର୍ଡ ବ୍ୟବହାର କରିବାକୁ ପଡିବ । ହିତାଧିକାରୀମାନେ ଏସଏମଏସରେ ଅପଡେଟର ସୂଚନା ପାଇବେ ।

Get real time updates directly on you device, subscribe now.