fbpx

ବିଜୟ ହଜାରେ ଟ୍ରଫିରେ ବାବା ଅପରାଜିତଙ୍କ ଶତକ: ଶେଷ ବଲ ଥ୍ରିଲର ସହିତ ଥ୍ରିଲର ସହିତ ଫାଇନାଲରେ ତାମିଲନାଡୁ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ତାମିଲନାଡୁ । ୫ ଥର ଚାମ୍ପିୟନ ତାମିଲନାଡୁ ଶେଷ ବଲ ଥ୍ରିଲରରେ ସୌରାଷ୍ଟ୍ରକୁ ୨ ୱିକେଟରେ ପରାସ୍ତ କରିଥିବା ବେଳେ ରବିବାର ଫାଇନାଲରେ ଦଳ ହିମାଚଳ ପ୍ରଦେଶକୁ ଭେଟିବ । ବାବା ଅପରାଜିତ ଚମକ୍ରାର ବ୍ୟାଟିଂ ସହିତ ଶତକ ହାସଲ କରିଥିବା ବେଳେ ୱାଶିଂଟନ ସୁନ୍ଦର ୭୦ ରନ କରିଥିଲେ । ୩୧୧ ରନର ପିଛା କରୁଥିବା ତାମିଲନାଡୁ ସହଜରେ ଏନ ଜଗଦିଶାନ(୦) ଏବଂ ଅଧିନାୟକ ବିଜୟ ଶଙ୍କର(୪)ଙ୍କ ୱିକେଟ ହରାଇଥିଲା । ତେବେ ଅପରାଜିତ ଚମକ୍ରାର ଧୈର୍ଯ୍ୟର ପରିଚୟ ଦେଇ ୧୨୨ ରନର ଇନିଂସ ଖେଳି ଦଳକୁ ଫାଇନାଲରେ ପହଞ୍ଚାଇଥିଲେ । ଅନ୍ତିମ ଓଭରରେ ୭ ରନ ଆବଶ୍ୟକ ରହିଥିବା ବେଳେ ଚିରାଗ ଜାନି ବୋଲିଂ କରୁଥିବା ଏହି ଓଭରର ଅନ୍ତିମ ବଲରେ ଦଳ ବିଜୟ ହାସଲ କରିଥିଲା ।

ଜୟପୁରରେ ଖେଳାଯାଇଥିବା ମୁକାବିଲାରେ ତାମିଲନାଡୁ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଶେଲଡନ ଜ୍ୟାକସନଙ୍କ ଶତକ ସହାୟତାରେ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୩୧୦ ରନ ସଂଗ୍ରହ କରିଥିଲା । ଜ୍ୟାକସନ ୧୨୫ଟି ବଲରୁ ୧୩୪ ରନ କରିଥିଲେ । ଏହି ଇନିଂସରେ ୧୧ଟି ଚୌକା ଓ ୪ଟି ଛକା ସାମିଲ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱରାଜ ଜାଡେଜା ୫୨ ଓ ଅର୍ପିତ ବାସବଦା ୫୭ ରନର ଇନିଂସ ଖେଳିଥିଲେ । ତାମିଲନାଡୁ ପକ୍ଷରୁ ଅଧିନାୟକ ବିଜୟ ଶଙ୍କର ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।

୩୧୧ ରନର ପିଛା କରୁଥିବା ତାମିଲନାଡୁର ଆରମ୍ଭ କିନ୍ତୁ ଦୟନୀୟ ରହିଥିଲା । ମାତ୍ର ୨୩ ରନ ମଧ୍ୟରେ ଦଳ ନାରାୟଣ ଜଗଦିଶାନ(୦) ଏବଂ ଅଧିନାୟକ ବିଜୟ ଶଙ୍କର(୪)ଙ୍କ ୱିକେଟ ହରାଇଥିଲା । ତେବେ ଦୁଇ ଯାଅାଁଳା ଭାଇ ବାବା ଅପରାଜିତ ଓ ବାବା ଇନ୍ଦ୍ରଜିତ(୫୦)ଙ୍କ ମଧ୍ୟରେ ୯୭ ରନର ଭାଗିଦାରୀ ହୋଇଥିଲା । ଏହାପରେ ଦୀନେଶ କାର୍ତ୍ତିକ ୨୬ ବଲରୁ ୩୧ ରନର ଇନିଂସ ଖେଳିଥିଲେ । କାର୍ତ୍ତିକଙ୍କ ୱିକେଟପତନ ପରେ ୱାଶିଂଟନ ସୁନ୍ଦର(୭୦) ଓ ଶାହରୁଖ ଖଶନ (୧୭) ଦଳକୁ ୩୦୦ ରନ ପାର କରାଇଥିଲେ । ଗୋଟିଏ ପାଖରୁ ମୋର୍ଚ୍ଚା ସମ୍ଭାଳିଥିବା ଅପରାଜିତ ୧୨୪ ବଳ ଖେଳି ୧୨ ଚୌକାତେବେ ନିକଟରେ ଭାରତ ପାଇଁ ପଦାର୍ପଣ କରିଥିବା ଚେତନ ସାକାରିୟା ଲଗାତାର ଓଭରରେ ଉଭୟଙ୍କୁ ଆଉଟ କରିଥିଲେ । ଅନ୍ତିମ ଓଭରରେ ବିଜୟ ପାଇଁ ୭ ରନ ଆବଶ୍ୟକ ରହିଥିବା ବେଳେ ସାଇ କିଶୋର ଆବଶ୍ୟକ ରନ ସଂଗ୍ରହ କରି ଦଳକୁ ୨ ୱିକେଟରେ ବିଜୟୀ କରିଥିଲେ ।

Get real time updates directly on you device, subscribe now.