fbpx

ଗର୍ଭବତୀ ମହିଳାଙ୍କୁ ଟିକାକରଣ ପାଇଁ ଅନୁରୋଧ କରିଛନ୍ତି ତାମିଲନାଡୁର ଡାକ୍ତର

ଅନେକ ବରିଷ୍ଠ ଡାକ୍ତର ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଗର୍ଭବତୀ ମହିଳାଙ୍କୁ ଟୀକାକରଣକୁ ପ୍ରାଥମିକତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମହାମାରୀର ଦ୍ୱିତୀୟ ଲହରରେ କୋଭିଡ-୧୯ ସଂକ୍ରମଣ ହେତୁ ମୃତ୍ୟୁବରଣ କରୁଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ଡାକ୍ତରମାନେ ଦାବି କରିଛନ୍ତି।

ବର୍ତ୍ତମାନର ପରିସ୍ଥିତିକୁ ନେଇ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ତାମିଲନାଡୁର ଡାକ୍ତର, ସ୍ତ୍ରୀ ରୋଗ ବିଶେଷଜ୍ଞ, ପ୍ରତିରୋପଣ ବିଶେଷଜ୍ଞ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ । ବିଶେଷଜ୍ଞ ଗୋଷ୍ଠୀ କୋଭିଡ-୧୯ ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହାର ବୃଦ୍ଧି ହେତୁ ଗର୍ଭବତୀ ମହିଳାଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସରକାର ଟିକାକରଣ ଅନୁମତି ଦେଇଥିବାବେଳେ ଗର୍ଭବତୀ ମହିଳାଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯାଇ ନାହିଁ। ତଥାପି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଟିକା ପ୍ରଭାବ ପକାଇପାରେ ବୋଲି ପ୍ରମାଣ କରିବାକୁ କୌଣସି ଅଧ୍ୟୟନ କିମ୍ବା ତଥ୍ୟ ପ୍ରକାଶ ପାଇନାହିଁ, ତଥାପି ସରକାର ଆଜି ପର୍ଯ୍ୟନ୍ତ ଅନୁମତି ଦେଇନାହାଁନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ମାର୍ଚ୍ଚ-ଡିସେମ୍ବର ୨୦୨୦ ତୁଳନାରେ ଏପ୍ରିଲ ମେ’ରେ ତାମିଲନାଡୁରେ କୋଭିଡ ଯୋଗୁଁ ଗର୍ଭବତୀ ମହିଳା ଏବଂ ନୂତନ ମା’ଙ୍କ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି।

ଇଣ୍ଡୋ-ଏସୀୟ ନ୍ୟୁଜ୍ ସର୍ଭିସ (ଆଇଏନ୍ଏସ୍) ସହିତ ସାକ୍ଷାତାକାରରେ ମଦୁରାଇର ଏକ ଘରୋଇ ଡାକ୍ତରଖାନାର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ ମନୋମଣି ଅରୁଣ କହିଛନ୍ତି ଯେ ଦ୍ୱିତୀୟ ଲହରରେ ଗର୍ଭବତୀ ମହିଳା ଏବଂ ନୂତନ ମା’ମାନଙ୍କ ଜୀବନ ହାନିରେ ବୃଦ୍ଧି ଘଟିଛି । ଡକ୍ଟର ଅରୁଣ କହିଛନ୍ତି ଯେ “ମୁଁ ଅନୁଭବ କରୁଛି ଯେ ଏହି ମହିଳାମାନଙ୍କୁ ଟିକାକରଣ କରିବାର ଜରୁରୀ ଆବଶ୍ୟକତା ରହିଛି ଏବଂ ମୁଁ ତାମିଲନାଡୁ ଜନସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରୁଛି ଯେ ଏହି ମହିଳାମାନଙ୍କୁ ପ୍ରାଥମିକତା ଭିତ୍ତିରେ କେନ୍ଦ୍ର ସରକାରଙ୍କ ଏମାନଙ୍କୁ ଟିକାକରଣ କରୁ ।’

ଅଭିଯୋଗ ହୋଇଛି ଯେ ତାମିଲନାଡୁରେ ଗର୍ଭଧାରଣ ସହିତ ଜଡିତ ପ୍ରଥା ଏବଂ ରୀତିନୀତି ଫଳରେ ଅନେକ ଗର୍ଭବତୀ ମହିଳା କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଗର୍ଭବତୀ ମହିଳାଙ୍କ ମଧ୍ୟରେ କୋଭିଡ ବୃଦ୍ଧି ପାଉଥିବା ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଅବଗତ ଅଛି। ଆଇଏନ୍ଏସ୍ ଅନୁଯାୟୀ, ଗର୍ଭବତୀ ମହିଳାଙ୍କୁ ଟିକାକରଣ ଅନୁମତି ପାଇଁ କେନ୍ଦ୍ର ସରକାରଙ୍କୁ ଖଉବଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିବାକୁ ଯାଉଛି ।

Get real time updates directly on you device, subscribe now.